Latest Odisha News

BREAKING NEWS

ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?, କେଜ୍ରିଓ୍ବାଲଙ୍କ ବରଖାସ୍ତ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ବରଖାସ୍ତ ହେବେ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ? ଏହାକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବହୁଦିନ ହେବ ଜେଲରେ ରହିବା ପରେ ଏବେ ଦିଲ୍ଲୀ ଶାସନ ରାଷ୍ଟ୍ରପତିଙ୍କ ହାତକୁ ଯିବା ଏକ ପ୍ରକାର ଚର୍ଚ୍ଚାର ଶିରୋନାମା ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଏନେଇ ରାଷ୍ଟ୍ରପତି ଗୃହ ମନ୍ତ୍ରାଳାୟକୁ ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏଥିସହିତ ଏହା ବି ଚର୍ଚ୍ଚା ଜୋର ଧରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି । ତେବେ ଏନେଇ କୌଣସି ଠୋସ୍ ଖବର ମିଳିପାରିନାହିଁ ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ବରଖାସ୍ତ ଦାବିରେ କିଛି ବିଜେପି ନେତା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେମାନେ ଉଲ୍ଲେଖ କରିଥିଲେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲ୍ ଯିବା ପରେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ଯାହାକୁ ରାଷ୍ଟ୍ରପତି ଗମ୍ଭୀରତାର ସହ ଗ୍ରହଣ କରିବା ସହିତ କାଳେ ଗୃହ ମନ୍ତ୍ରାଳୟକୁ ଚିଠି ପଠାଇଛନ୍ତି । ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପି ବିଧାୟକଙ୍କ ଉକ୍ତ ଚିଠିକୁ ଗୃହ ସଚିବଙ୍କୁ ଦେଇଛନ୍ତି । ସେବେଠୁ ଚର୍ଚ୍ଚା ଜୋର ଧରିଛି, ଉକ୍ତ ଚିଠିରେ କ’ଣ ଲେଖାଅଛି ? ରାଷ୍ଟ୍ରପତି ଏହି ଚିଠିକୁ ଗୁରୁତର ସହ ନେଇ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବେ କି?

ସୂଚନାଯୋଗ୍ୟ, ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ବିଜେପି ନେତା ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଦିଲ୍ଲୀ ସରକାରଙ୍କ ବ୍ୟବସ୍ଥା ଓ ଆର୍ଥିକ ସଙ୍କଟ ବିଷୟରେ ଏକ ଚିଠିପତ୍ର ମାଧ୍ୟମରେ ତାଙ୍କୁ ଅବଗତ କରାଇଥିଲେ । ମଦ ନୀତି ଠାରୁ ଆରମ୍ଭ କରି ୱାଟର ବୋର୍ଡରେ ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଏହି ଚିଠିରେ ଆଳୋକପାତ କରାଯାଇଥିଲା।  ଧାରା ୩୫୬ ଅନୁଯାୟୀ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ବରାଖାସ୍ତର କରିବା ପାଇଁ ପ୍ରସ୍ତାବ ମଧ୍ୟ ରଖିଥିଲେ ବିଜେପି ବିଧାୟକ । ରାଷ୍ଟ୍ରପତି ମଧ୍ୟ ଏହାକୁ ଗୁରୁତର ସହ ନେଇ ଗୃହ ମନ୍ତ୍ରାଳୟକୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାପରେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏନେଇ ଗୃହ ମନ୍ତ୍ରାଳୟ ତାର ଉତ୍ତରରେ କ’ଣ କହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦି ଗୃହ ମନ୍ତ୍ରାଳୟ ପ୍ରସ୍ତବରେ ହଁ ଭରନ୍ତି ତାହାଲେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Comments are closed.