Latest Odisha News

BREAKING NEWS

ରାମ୍ବୋରେ ଟାଇଗରଙ୍କ ସ୍ଥାନରେ ପ୍ରଭାସ କରିବେ ଲିଡ ରୋଲ !

ମୁମ୍ବାଇ: ସିଲଭେଷ୍ଟର ଷ୍ଟୋଲୋନଙ୍କ କ୍ଲାସିକ ଫିଲ୍ମ ରାମ୍ବୋର ହିନ୍ଦୀ ରିମେକରେ ଟାଇଗର ଶ୍ରଫଙ୍କ ସ୍ଥାନରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଏଂଟ୍ରି ହେବାକୁ ଯାଉଛି । ଅବଶ୍ୟ ଏହା ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ ନାହିଁ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ପାଇଁ ଟାଇଗର ଡେଟ ଦେଇପାରୁ ନାହାନ୍ତି । ଫଳରେ ସିଦ୍ଧାର୍ଥ ସାଉଥ ସୁପରଷ୍ଟାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଟାଇଗରଙ୍କୁ ନେଇ ସିଦ୍ଧାର୍ଥ ଏହି ଫିଲ୍ମର ଫଟୋ ଶୁଟ ମଧ୍ୟ କରାଇଥିଲେ । ମାତ୍ର ଫିଲ୍ମ ଶୁଟିଂରେ ବିଳମ୍ବ ହେଉଥିବାରୁ ସେ ତାଙ୍କ ପରିବର୍ତନ କରିଛନ୍ତି ।

ଅପରପକ୍ଷରେ ଟାଇଗର ଏବେ ଗଣପତ-୧ ଏବଂ ୨, ହୀରୋପନ୍ଥୀ ୨ ଓ ବାଗୀ ୪ ଶୁଟିଂକୁ ସମ୍ପୂର୍ଣ୍ଣ ଡେଟ ଦେଇ ସାରିଛନ୍ତି । ସେ ମଧ୍ୟ ରାମ୍ବୋ ନେଇ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ପ୍ରଭାସ ଏବେ ଆଦିପୁରୁଷ, ରାଧେଶ୍ୟାମ ଓ ସଲାର ଫିଲ୍ମରେ ବ୍ୟସ୍ତ ଅଛନ୍ତି । ସେ ଡେଟ ଦେଇ ପାରୁଛନ୍ତି କି ନାହିଁ ତାହା ପରେ ଜଣାପଡିବ । ଅନ୍ୟ ଅର୍ଥରେ ପ୍ରଶଂସକଙ୍କୁ ରାମ୍ବୋ ଫିଲ୍ମ ପାଇଁ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.