Latest Odisha News

BREAKING NEWS

‘ୟୋ ୟୋ ଟେଷ୍ଟକୁ ପୂର୍ବରୁ ଲାଗୁ କରାଯାଇଥିଲେ ସଚିନ, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ପରି ଖେଳାଳି ପାଇ ନ ଥାନ୍ତୁ’

ମୁମ୍ବାଇ: ବିସିସିଆଇର ୟୋ ୟୋ ଟେଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ସେ କହିଛନ୍ତି ମୋ ମତରେ ଖେଳାଳି ନିକଟରେ ଦକ୍ଷତା ଥିବା ଜରୁରୀ । ତୁମେ ଯଦି ସମ୍ପୂର୍ଣ୍ଣ ଫିଟ ୧୧ ଖେଳାଳିଙ୍କୁ ଟିମର ନେବ ସେମାନେ ବି ସର୍ବଦା ମ୍ୟାଚ ଜିତାଇ ପାରିବେ ନାହିଁ । ଆଉ ଏହି ନିୟମ ଯଦି କିଛି ବର୍ଷ ପୂର୍ବେ କଡା କଡି ଭାବେ ଲାଗୁ ହୋଇଥାନ୍ତା ତାହେଲେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କ ପରି ଖେଳାଳି ଆମେ ପାଇ ନ ଥାନ୍ତୁ ।

ଆର.ଅଶ୍ୱୀନ ଓ ବରୁଣ ଚକ୍ରବର୍ତିଙ୍କୁ ଏଥିପାଇଁ ଦଳରୁ ବାସ୍ ଦିଆ ଯାଇଥିବା ପରିପ୍ରେକ୍ଷୀରେ ସେହ୍ୱାଗ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ସେ ସମୟରେ ୧୨.୫ ସ୍କୋର ଜରୁରୀ ଥିବା ବେଳେ ୩ ମହାରଥୀ ୧୦ କିମ୍ବା ୧୧ରୁ ଉପରକୁ ଯାଇ ପାରି ନ ଥାନ୍ତି । ଯଦି ଜଣେ ଖେଳାଳି ଦକ୍ଷତା ସମ୍ପନ୍ନ ଏବଂ ୧୦ ଓଭର ବୋଲିଂ ପରେ ଫିଲ୍ଡିଂ କରିପାରୁଛି ତାହାହେଲେ ଦଳରେ ନେବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.