Latest Odisha News

BREAKING NEWS

‘ପ୍ୟାର୍ କା ପଞ୍ଚନାମା ୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ରଣବୀର!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ “ପ୍ୟାର୍ କା ପଞ୍ଚନାମା ” ରେ ଚମତ୍କାର ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏହାପରେ ପ୍ରଶଂସକ ବେଶ୍‌ ଉତ୍ସାହର ସହ ଫିଲ୍ମର ପାର୍ଟ‌୍-୩କୁ ଅପେକ୍ଷା କରି ରହିଛନ୍ତି।

ନିକଟରେ ଏକ ଇଭେଣ୍ଟରେ କାର୍ତ୍ତିକଙ୍କୁ “ପ୍ୟାର କା ପଞ୍ଚନାମା ୩”ରେ ରଣବୀର କପୁର ଏବଂ ରଣବୀର ସିଂଙ୍କ ଅଭିନୟକୁ ନେଇ ପ୍ରଶ୍ନ କରାଯାଇଥିଲା। ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିବା ସହ ଏହା ବିଷୟରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ପଚାରିଲେ ଭଲ ହେବ ବୋଲି କହିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଲଭ୍‌ ରଞ୍ଜନ।

Comments are closed.