ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ରଣବୀର କାପୁର ତାଙ୍କ ଷ୍ଟାରଡମ ଫେରି ପାଇଛନ୍ତି । ଚଳିତ ବର୍ଷ ମଧ୍ୟ ତାଙ୍କର କେତୋଟି ବଡ ବଜେଟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ମଧ୍ୟରେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଲଭ ଆଣ୍ଡ ୱାର, ନୀତେଶ ତିୱାରୀଙ୍କ ରାମାୟଣ ଓ ଆନିମଲ ପାର୍କ ଫିଲ୍ମ ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଧୂମ ୪ର ଖଳନାୟକ ଭୂମିକାରେ ରଣବୀର ଅଭିନୟ କରିବେ । ସୂଚନାଯୋଗ୍ୟ ଧୂମ ଫ୍ରାଂଚାଇଜରେ ଖଳନାୟକ ଭୂମିକା ଦର୍ଶକଙ୍କ ବେଶ ପସନ୍ଦ ଆସିଛି । ତେବେ ସେ ଧୂମ ୪ରେ ଅଭିନୟ କରିବେ କି ନାହିଁ ତାର ସତ୍ୟ ସମ୍ମୁଖକୁ ଆସିଛି ।
ରଣବୀର ଏ ପର୍ଯ୍ୟନ୍ତ ଧୂମ ୪ ସାଇନ କରି ନାହାନ୍ତି । ସବୁଠାରୁ ମଜା କଥା ଆଦିତ୍ୟ ଚୋପ୍ରା ଏ ପର୍ଯ୍ୟନ୍ତ ଏହାର ସ୍କ୍ରିପ୍ଟ ଚୂଡାନ୍ତ କରି ନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛିa ରଣବୀର ଧୂମ ୪ରେ ଅଭିନୟ ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ । ଆଗାମୀ ଦିନରେ ସେ ଏଥିରେ ଅଭିନୟ କରିବେ କି ନାହିଁ ତାହା ସ୍ପଷ୍ଟ ହେବ । ୧୩ ବର୍ଷ ହେବ ସେ ଏ ଭଳ ସ୍କ୍ରିପ୍ଟକୁ ଅପେକ୍ଷା କରି ରହିଛନ୍ତି । ଧୂମ ପାର୍ଟ ୩ ୨୦୧୩ରେ ରିଲିଜ ହୋଇଥିଲା । ୱାର ୨ ଓ ମର୍ଦ୍ଦାନୀ ୩ ବିଫଳତା ପରେ ଆଦିତ୍ୟ ସତର୍କ ହୋଇ ପଡିଛନ୍ତି । ରଣବୀର ୱାଇଆରଏଫ ବ୍ୟାନରରେ ଶମସେରା ଫିଲ୍ମରେ ଅଭିନୟ କରିଥିଲେ । ଏହା ଫ୍ଲପ ହୋଇଥିଲା ।