ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳାଯିବ । ୨-୧ରେ ପଛୁଆ ଥିବା ଟିମ ଇଣ୍ଡିଆ ବିଜୟ ସହ ସିରିଜ ଡ୍ର ରଖିବାକୁ ଚାହିଁବ । ତେବେ ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବେ କି ନାହିଁ ତାହା ଏକ ସସ୍ପେନ୍ସ ରହିଛି । କୋଚ ଗୌତମ ଗମ୍ଭୀରଙ୍କୁ ରୋହିତଙ୍କ ଖେଳାଯିବା ସମ୍ପର୍କରେ ପଚରାଯିବାରୁ ସେ କିଛି କହି ନ ଥିଲେ । ଡ୍ରେସିଂ ରୁମରେ ମଧ୍ୟ ରୋହିତ ଏକୁଟିଆ ବସୁଥିବା ଦେଖିବାକୁ ମିଳିଥିଲା । ଯଶପ୍ରୀତ ବୁମରାହ ତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଅଭ୍ୟାସ ସେଶନରେ ମଧ୍ୟ ରୋହିତ ବହୁତ ବିଳମ୍ବରେ ପଂହଚିଥିଲେ । ସେ ଟିମଠାରୁ ଅଲଗା ପଡୁଥିବା ଅନୂଭବ ହେଉଥିଲା । ଅଭ୍ୟାସ ସେଶନରେ ଶୁଭମନ ଗିଲ ସ୍ଲିପ ପୋଜିଶନରେ ଫିଲ୍ଡିଂ ଅଭ୍ୟାସ କରୁଥିଲେ । ରୋହିତ ଏହି ସ୍ଥାନରେ ପ୍ରାୟତଃ ଅଭ୍ୟାସ କରିଥାନ୍ତି ।
ରୋହିତ ଚୂଡାନ୍ତ ଏକାଦଶରେ ସ୍ଥ୍ାନ ପାଇବେ ନାଁ ତାଙ୍କ ହାତରେ ଅଧିନାୟକ ଦାୟିତ୍ୱ ଛଡେଇ ନିଆଯିବ ସେ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ସମସ୍ତେ ରହିଛନ୍ତି । ରୋହିତ ବର୍ଡର-ଗାଭାସ୍କର ଟ୍ରଫିରେ ଏ ପର୍ଯ୍ୟନ୍ତ ମାତ୍ର ୩୧ ରନ କରିବାକୁ ସକ୍ଷମ ହୋଇଛନ୍ତି । ଗମ୍ଭୀର ମଧ୍ୟ ଖେଳାଳିମାନଙ୍କ ଉପରେ ଅସନ୍ତୁଷ୍ଟ ଥିବା ପଦାରେ ପଡିଛି । ସେ କେତେଜଣ ଖେଳାଳିଙ୍କୁ ସିଧାସଳଖ କହିଛନ୍ତି ଯେ, ଯୋଜନା ମୁତାବକ ଖେଳ ଅନ୍ୟଥା ଆମକୁ ଥ୍ୟାଙ୍କ ୟୁ… ବିକଳ୍ପ ପନ୍ଥା ଆପଣାଇବାକୁ ପଡିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ପ୍ରଥମେ ଏହି ମ୍ୟାଚରେ ଜିତିବାକୁ ପଡିବ । ଏହା ପରେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଦଳ ନିର୍ଭର କରିବ ।
Comments are closed.