Latest Odisha News

BREAKING NEWS

ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ଉଜ୍ଜ୍ୱବୀତ ହୋଇଛି । ପ୍ରଥମ ଟି-୨୦ ମ୍ୟାଚ୍ ସମୟରେ ଓପନର ଇଶାନ କିଶନ୍ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ଏହି ସୂଚନା ଦେଇଛନ୍ତି ।  ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ସମୟରେ ଇଶାନଙ୍କ  ମାଂସପେଶୀ ଟାଣି ଧରିଥିଲା ।  ବିସିସିଆଇ ମେଡିକାଲ ଟିମ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଟପ୍-୩ରେ ବ୍ୟାଟିଂ କରୁଥିବା ଖେଳାଳିଙ୍କ ମଧ୍ୟରେ ସଞ୍ଜୁ ସାମସନ୍, ଅଭିଷେକ୍ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀ ଅଛନ୍ତି ।

ଇଶାନ ବାଦ୍ ପଡ଼ିବା ପରେ ବୈଭବଙ୍କୁ ଓପନିଂ କିମ୍ବା ଟପ୍-ଅର୍ଡରରେ ସୁଯୋଗ ମିଳିବା ସମ୍ଭାବନା ଉଜ୍ଜ୍ୱବୀତ ହୋଇଛି ।  ବୈଭବ ବିଗତ ୬ଟି ମ୍ୟାଚ୍‌ରୁ ଦଳର ବେଞ୍ଚରେ ବସି ନିଜ ସୁଯୋଗକୁ ଅପେକ୍ଷା କରିଛନ୍ତି । ସେ ଶେଷଥର ପାଇଁ ଏସିଆଡ୍ ଫାଇନାଲ୍‌ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ ।  ଟି-୨୦ ର‍୍ୟାଙ୍କିଂରେ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ଥିବା ଇଶାନ କିଶନ୍ ଚଳିତ ବର୍ଷ ଭାରତ ପାଇଁ ସର୍ବାଧିକ ରନ୍  ସଂଗ୍ରହ କରିଛନ୍ତି, ଯଦିଓ ପ୍ରଥମ ମ୍ୟାଚ୍‌ରେ ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ ।

Leave A Reply

Your email address will not be published.