Latest Odisha News

BREAKING NEWS

Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ

ଭୁବନେଶ୍ବର:ଓଡ଼ିଶା ପୋଲିସରେ ଯୋଗଦେବା ପାଇଁ ବଡ଼ ସୁଯୋଗ । ୭୨୬୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି Odisha Uniformed Services Staff Selection Commission (OUSSSC)। କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍‌ ସ୍ତରର ବିଭିନ୍ନ ପଦବୀ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ହେବ।

ପ୍ରକାଶିତ ସୂଚନା ଅନୁସାରେ, ଏହି ନିଯୁକ୍ତି ପ୍ରକ୍ରିୟାରେ ପୋଲିସ ଓ ଅଗ୍ନିଶମ ବିଭାଗର ବିଭିନ୍ନ ପଦବୀ ସାମିଲ ରହିଛି।
– କନଷ୍ଟେବଲ୍‌ (ସିଭିଲ୍‌)
– କନଷ୍ଟେବଲ୍‌ (କମ୍ୟୁନିକେସନ୍‌)
– କନଷ୍ଟେବଲ୍‌ (OISF)
– ଅଗ୍ନିଯୋଦ୍ଧା
– ଅଗ୍ନିଶମ ଡ୍ରାଇଭର
– ଟ୍ରାଫିକ୍‌ କନଷ୍ଟେବଲ୍‌
– ଡ୍ରାଇଭର PMT ସମ୍ବନ୍ଧିତ ପଦବୀ

ସୂଚନା ଅନୁସାରେ ପ୍ରଥମ ଥର ପାଇଁ ବିଭିନ୍ନ ପଦବୀର ଆଶାୟୀମାନେ ଗୋଟିଏ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବେ। ଏହାଦ୍ୱାରା ଚାକିରି ଆଶାୟୀଙ୍କ ପାଇଁ ଏକକ ପରୀକ୍ଷା ମାଧ୍ୟମରେ ଏକାଧିକ ପଦବୀର ସୁଯୋଗ ମିଳିପାରେ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଉପରୋକ୍ତ ପଦବିଗୁଡ଼ିକ ପାଇଁ ୨୦୨୬ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୫ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୋଲିସ ଚାକିରି ପାଇଁ ପ୍ରସ୍ତୁତି ଜାରି ରଖିଥିବା ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଏହି ପଦବିଗୁଡ଼ିକର ଆବେଦନ ଶୁଳ୍କ ୨୦୨୬ ନଭେମ୍ବର ୧୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଦେୟ ଦେଇପାରିବେ। ଏହି ପ୍ରକିୟା ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଇଛି। ଅଧିକ ଜାଣିବା https://ousssc.odisha.gov.in ରେ ଲଗ୍‌ଇନ୍ କରନ୍ତୁ ।

 

Leave A Reply

Your email address will not be published.