Latest Odisha News

ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ହେବେ କି ଓଡ଼ିଶାର ପରବର୍ତ୍ତୀ ଡିଜିପି?

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ରାଜ୍ୟର ପରବର୍ତ୍ତୀ ଡିଜିପି ହୋଇପାରନ୍ତି । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସରଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି। ଏହାପରେ ସେ ଓଡ଼ିଶାର ଡିଜିପି ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ମୂଳ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଖୁରାନିଆ ନୂଆଦିଲ୍ଲୀସ୍ଥିତ ବିଏସଏଫ ମୁଖ୍ୟାଳୟର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ହୋଇଥିଲେ। ବିଏସଏଫର ସ୍ୱତନ୍ତ୍ର ଡିଜି ୱାଇବି ଖୁରାନିଆଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡରକୁ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି ବୋଲି ଶୁକ୍ରବାର କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଓଡ଼ିଶାରେ ଅତିରିକ୍ତ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ଓ୍ୱାଇ ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଏବଂ ମୟୂରଭଞ୍ଜ ଏସପି ଭାବେ ଦାୟିତ୍ୱ ତୁଲାଉଥିଲେ।

Comments are closed.