Latest Odisha News

ଓସ୍କାରର ଚାପୁଡା କାଣ୍ଡ ପରେ କ୍ଷମା ମାଗିଲେ ୱିଲ ସ୍ମିଥ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିତରଣ ଉତ୍ସବରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସ୍ମିଥ ଏ ଭଳି ପ୍ରତିକ୍ରିୟା ବ୍ୟକ୍ତ କରିବା ବ୍ୟକ୍ତି ନୁହନ୍ତି । ଏହି ଘଟଣା ପରେ ସ୍ମିଥ ସୋସିଆଲ ସାଇଟରେ ଆୟୋଜକ, ପ୍ରଶଂସକଙ୍କ ସମେତ ଅନ୍ୟମାନଙ୍କ ନିକଟରେ କ୍ଷମା ମାଗିଛନ୍ତି । ହିଂସା ସର୍ବଦା ବିନାଶକାରୀ, ମୁଁ ମୋ ସୀମା ଡେଇଁବା ଉଚିତ ନ ଥିଲା । ମୁଁ ଲଜ୍ଜିତ ଏବଂ ଆପଣମାନଙ୍କ ନିକଟରେ କ୍ଷମା ମାଗୁଛି ।

ମୋ ବିଷୟରେ ରକ ଯାହା କିଛି ମଜାରେ କହିଥିଲେ ମୁଁ ସହ୍ୟ କରି ଯାଇଥିଲା । ହେଲେ ମୋ ପତ୍ନୀଙ୍କୁ ନେଇ ସେ ଯାହା କହିଲେ ମୁଁ ଭାବପ୍ରବଣ ହୋଇ ପଡିଲି । କାରଣ ସେ ଏବେ ଅସୁସ୍ଥ ଅଛନ୍ତି । ତାଙ୍କୁ ନେଇ ଥଟ୍ଟା କରିବା ମୁଁ ଗ୍ରହଣ କରିପାରି ନ ଥିଲି ବୋଲି ସ୍ମିଥ କହିଛନ୍ତି । ସୂଚନାଯୋଗ୍ୟ, ସ୍ମିଥଙ୍କ ପତ୍ନୀ ଏଲୋପିଶିୟା ରୋଗରେ ଆକ୍ରାନ୍ତ । କିଙ୍ଗ ରିଚାର୍ଡ ଫିଲ୍ମରେ ବଳିଷ୍ଠ ଅଭିନୟ ପାଇଁ ସ୍ମିଥ ଓସ୍କାର ପୁରସ୍କାର ପାଇଥିଲେ ।

Comments are closed.