Latest Odisha News

BREAKING NEWS

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର ଦିଆଯାଇଥିଲା । ଏହି ସମୟରେ ପାରାଦୀପ ବନ୍ଦରାଞ୍ଚଳରେ ଥିବା ବିଭିନ୍ନ ଶ୍ରମିକ ସଂଙ୍ଗଠନ ମାନେ ଆନ୍ଦୋଳନରେ ଯୋଗଦେଇଥିଲେ । ପାରାଦୀପ ବନ୍ଦରାଞ୍ଚଳରେ ଥିବା ଜେ ଏସ ଡବ୍ଲୁ ପାରାଦୀପ ପ୍ରାଇଭେଟ ଲିମିଡେଟ ପାର୍କିଂରେ ପ୍ରାୟ ୪ ଶହ ଚାଳକ ଫସି ରହିଥିଲେ।

 ଏହି ସମୟରେ ସେମାନଙ୍କ ମୁଖ୍ୟ ସମସ୍ୟା ଥିଲା ଖାଦ୍ୟ। ତେବେ ଚାଳକ ମାନଙ୍କୁ ଏହି ଦୁର୍ଦ୍ଦିନରେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଜେ ଏସ ଡ ବ୍ଲୁ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଦୁଇ ଦିନ ଧରି ମଧ୍ୟାହ୍ନ ଓ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଯାହା ଫଳରେ କି ଶତାଧିକ ଚାଳକ ତଥା ସେମାନଙ୍କ ମହାସଂଘ ଜେ ଏସ ଡ ବ୍ଲୁ ର ଏଭଳି ମହାନ୍ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ତେବେ ଆଗାମୀ ଦିନରେ ଏହି ପିଟିପିଏଲ ପରିସରରେ ଥିବା ସମସ୍ତ ଚାଳକ ମାନଙ୍କୁ ନିୟମିତ ଭାବେ ମାଗଣା ଖାଦ୍ୟ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଚାଳକ ମାନେ ଦିନ ରାତି କାର୍ଯ୍ୟ କରୁଥିବା ବେଳେ ସଡ଼କ ପଥରେ ମାଲ ପରିବହନ ସଠିକ ଭାବେ କରି ଆସୁଛନ୍ତି। ଅନେକ ସମୟରେ ଚାଳକ ମାନଙ୍କ ବିଭିନ୍ନ ସମସ୍ୟା ଦେଖା ଦେଉଥିବା ବେଳେ କୋୖଣସି କମ୍ପାନୀ କିମ୍ବା କର୍ତୁପକ୍ଷ ଏ ବିଷୟରେ ଗୁରୁତ୍ବ ଦିଅନ୍ତି ନାହିଁ।

କିନ୍ତୁ ଅସମୟରେ ଜେ ଏସ ଡ ବ୍ଲୁ କମ୍ପାନୀ ଚାଳକ ଭାଇ ମାନଙ୍କୂ ମାଗଣା ଖାଦ୍ୟ ଯୋଗାଇ ଥିବାରୁ ଆଗାମୀ ଦିନରେ ଏହି କମ୍ପାନୀକୁ ଓଡ଼ିଶା ଡ୍ରାଇଭର ମହାସଂଘ ସମ୍ପୁର୍ଣ୍ଣ ସହଯୋଗ କରିବ ବୋଲି ମହାସଂଘର ମହାକାଳପଡ଼ା ବ୍ଲକ ସଭାପତି ଶିଶିର ମହାନ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.