Latest Odisha News

BREAKING NEWS

ମୋଦି ୩.୦ରେ ସାମିଲ ହେବେ ଉଦ୍ଧବ ଠାକରେ?, ଭବିଷ୍ୟବାଣୀ କଲେ ରବି ରାଣା….

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଆସନ୍ତାକାଲି ଅର୍ଥାତ ଜୁନ୍ ୪ରେ ବାହାରିବ ଫଳ । ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା  । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ହାତ ମିଳାଇବେ ବୋଲି କହି ସେ ଦୃଢୋକ୍ତି କରିଛନ୍ତି ।

କ୍ରମାଗତ ତୃତୀୟ ଥର ପାଇଁ ମୋଦି ସରକାର ବିଜୟ ହାସଲ କରିବାକୁ ଯାଉଥିବା ଅନେକ ଏକଜିଟ ପୋଲ ଆକଳନ କରିଛନ୍ତି । ତେବେ ,ହି ବଡ ବିଜୟ ପରେ ଭାରତୀୟ ଜନତା ପାର୍ଟି-ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସହିତ ସମ୍ଭବତଃ ଉଦ୍ଧବ ଠାକରା ହାତ ମିଶାଇବେ । ସିଏନ୍ଏନ୍-ନ୍ୟୁଜ୍ ୧୮ କୁ ଦେଇଥିବା ଏକ ସାକ୍ଷାତକାରରେ ମହାରାଷ୍ଟ୍ର ବିଧାୟକ ରବି ରାଣା କିଛି ଏମିତି ଦାବି କରିଛନ୍ତି । ସେ କହିଛନ୍ତି ଯେ  “ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏନଡିଏର ଶପଥ ଗ୍ରହଣ ସମାରୋହର ୨୦ ଦିନ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରରେ ଯୋଗଦେବାକୁ ଯାଉଛନ୍ତି।” ଆହୁରି ମଧ୍ୟ  ସେ ଦମ୍ଭୋକ୍ତି କରି କହିଛନ୍ତି ଯେ, ତାଙ୍କର ଭବିଷ୍ୟବାଣୀ ସଂପୂର୍ଣ୍ଣ ଠିକ୍  ।

ତେବେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍ଧବ ଠାକରେଙ୍କ ପାଇଁ ବିଜେପିର ଦ୍ବାର ସବୁବେଳେ ଖୋଲା ଅଛି କାରଣ ସେ ବାଲାସାହେବ ଠାକରେଙ୍କ ପୁଅ। ଯାହାକୁ ନେଇ ରାଣା କହିଛନ୍ତି , “ମୁଁ ନିଶ୍ଚିତ ଯେ ଉଦ୍ଧବ ଏହି ୱିଣ୍ଡୋ ବ୍ୟବହାର କରି ବିଜେପିକୁ ଫେରିବେ ।

ତେବେ ସତରେ କ’ଣ ଉଦ୍ଧବ ଠାକରେ ମୋଦି ସରକାର ୩.୦ ରେ ଆସିବେ କି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାର ସମୟରେ ଏନଡିଏରେ ଯୋଗଦେବା ପାଇଁ ଉଦ୍ଧବ ଠାକରେଙ୍କୁ ସଙ୍କେତ ଦେଇଥିଲେ। ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିଲା ଯେ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଭାବରେ ବିବେଚନା କରୁଛନ୍ତି କି? ଯାହାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ବାଲାସାହେବ ଠାକରେଙ୍କ ପ୍ରତି ଥିବା ପ୍ରେମ ଏବଂ ସ୍ନେହକୁ ମୁଁ କଦାପି ଭୁଲି ପାରିବି ନାହିଁ। ବାଲାସାହେବ ଠାକରେଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଅସୁବିଧାରେ ପଡ଼ନ୍ତି ତେବେ ସେ ଉଦ୍ଧବ ଠାକରେଙ୍କୁ ସାହାଯ୍ୟ କରିବେ।

ତେବେ ଏହାକୁ ନେଇ ମନ୍ତବ୍ୟ ରଖି ଉଦ୍ଧବ ଠାକରେ କହିଥିଲେ,”କବାଟ ଖୋଲା ଥିଲେ ମୁଁ ତୁମ ପାଖକୁ ଆସିବି ନାହିଁ। ଆଉ ତୁମ ପାଖକୁ ଆସିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ କାରଣ ତୁମେ କ୍ଷମତାରେ ହିଁ ନଥିବ ।

Leave A Reply

Your email address will not be published.