Latest Odisha News

BREAKING NEWS

କ୍ୟାଟ୍‌ରିନାଙ୍କୁ ଛାଡପତ୍ର ଦେବେ : ଭିନ୍ନ ଢଙ୍ଗରେ ଉତ୍ତର ଦେଲେ ଭିକି

ମୁମ୍ବାଇ: ୩ ବର୍ଷ ପରେ ବଲିଉଡ ଅଭିନେତା ଭିକି କୌଶଲ ପୁଣି ଫିଲ୍ମ ଦୁନିଆକୁ ଫେରିବା ପରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍ ହୋଇଥିବା ବେଳେ ଆଗକୁ ତାଙ୍କର ୪ଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି, ଯାହାକୁ ନେଇ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି । ହେଲେ ସେ କ୍ୟାଟରିନାଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଭିକି ସବୁବେଳେ ତାଙ୍କ ପ୍ରଶଂସକଙ୍କୁ ହିଟ୍ ଫିଲ୍ମ ଭେଟି ଦେଇଥାନ୍ତି । ତାଙ୍କ ଅଭିନୟକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରନ୍ତି । ଏଥିସହିତ କ୍ୟାଟରିନା ଓ ତାଙ୍କ ଯୋଡିକୁ ମଧ୍ୟ ପ୍ରଶଂସକ ବେଶ୍ ପସନ୍ଦ କରନ୍ତି । ଦୁଇ ଜଣଙ୍କର ବିବାହ ବଲିଉଡରେ ଖୁବ୍ ଚର୍ଚ୍ଚିତ ବିବାହ ଥିଲା । ନିକଟରେ ଭିକିଙ୍କ ନୂଆ ଫିଲ୍ମ ‘ଜରା ହଟ୍‌କେ ଜରା ବଚକେ’ ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ସମୟରେ ସାମ୍ବାଦିକମାନେ କ୍ୟାଟରିନାଙ୍କୁ ଛାଡପତ୍ର ଦେବା ନେଇ ଭିକିଙ୍କୁ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ସେ ଭିନ୍ନ ଢଙ୍ଗରେ ଦେଇଥିଲେ ।

ଏହି ପ୍ରଶ୍ନ ଶୁଣି ଭିକି ପ୍ରଥମେ ଜୋରେ ହସିଥିଲେ ଏବଂ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ କହିଲେ ଯେ, ସାର ମୋର ଘରକୁ ବି ଯିବାର ଅଛି । ଆପଣ ଏମିତି ଅଜବ ପ୍ରଶ୍ନ ପଚାରୁଛନ୍ତି । ଏବେ ଛୋଟ ଅଛି ବଡ ହେବାକୁ ତ ଦିଅନ୍ତୁ । ଏପରି ଭୟଙ୍କର ପ୍ରଶ୍ନର ଉତ୍ତର କେମିତି ଦେବି । ପରେ ଏହି ପ୍ରଶ୍ନର ଉତ୍ତରରେ ଭିକି କହିଥିଲେ ଯେ, କ୍ୟାଟ୍‌ରିନାଙ୍କୁ କେବଳ ସାତ ଜନ୍ମ ନୁହେଁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ରଖିବାକୁ ଚାହେଁ । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

Comments are closed.