Latest Odisha News

BREAKING NEWS

ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ

ଲଣ୍ଡନ: ଚଳିତ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ସର୍ବିୟାର ମହାନ ଖେଳାଳି ନୋଭାକ ଜୋକୋଭିଚ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ସ୍ୱପ୍ନ ପୂନର୍ବାର ଭାଙ୍ଗିଯାଇଛି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସେ ଇଟାଲୀର ଜାନିକ ସିନରଙ୍କ ନିକଟରୁ ୬-୪, ୬-୪ ଓ ୬-୪ ସେଟରେ ପରାଜିତ ହୋଇଛନ୍ତି । ଜୋକୋଭିଚ ଗୋଟିଏ ୨୪ ବର୍ଷୀୟ ଏହି ଯୁବ ଖେଳାଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ।

ଗତ ବର୍ଷ ସ୍ପେନର କାର୍ଲୋସ ଆଲକରାଜଙ୍କ ନିକଟରୁ ସେ ପରାଜିତ ହୋଇଥିଲେ । ଏଥର ଫାଇନାଲରେ ସେ ଜର୍ମାନୀର ଆଲେକଜାଣ୍ଡର ଜ୍ୟେରେଭଙ୍କୁ ଭେଟିବେ । ଜ୍ୟେରେଭ ବ୍ରିଟେନର ୱାଇଲ୍ଡ କାର୍ଡ ଏଂଟ୍ରି ଆର୍ଥର ଫେରୀଙ୍କୁ ୭-୬, ୬-୨ ଓ ୬-୪ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ୧୯୯୫ ପରେ ସେ ଦ୍ୱିତୀୟ ଜର୍ମାନୀ ଖେଳାଳି ଭାବେ ୱିମ୍ବେଲଡେନ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.