ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଏଥର ରୁଷିଆ ଓ ବେଲାରୁଷ ଖେଳାଳିଙ୍କ ଉପରେ କଟକଣା ଲଗାଯାଇଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ୟୁରୋପୀୟ ଦେଶଗୁଡିକ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି । ଏଥର ଏହି ନିଷ୍ପତି ଯୋଗୁ ଅନେକ ଷ୍ଟାର ଖେଳାଳି ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିପାରିବେ ନାହିଁ । ଡାନିଏଲ ମେଡମେଡେଭ, ଆନ୍ଦ୍ରେ ରୁବଲେଭ ଓ ମହିଳା ଖେଳାଳି ଆର୍ୟାନ ସାବାଲେଙ୍କା, ଭିକ୍ଟୋରିଆ ଆଜରେଙ୍କା, ଆନାସ୍ତାସିଆ ପାଭେଲଚେଙ୍କୋଭ ପରି ଖେଳାଳିଙ୍କୁ ଟେନିସପ୍ରେମୀ ଦେଖିପାରିବେ ନାହିଁ ।
ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ତାହା ଏବେ ବି ଜାରୀ ରହିଛି । ବେଲାରୁଷ ଏଥିରେ ତାକୁ ସମର୍ଥନ କରୁଛି । ତେବେ ଫ୍ରେଂଚ ଓପନରେ ଏହି ୨ ଦେଶର ଖେଳାଳି ଖେଳିପାରିବେ ।
Comments are closed.