Latest Odisha News

BREAKING NEWS

ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ତାଲିକାରେ କିମ୍‍ସ

ଭୁବନେଶ୍ୱର: କିମ୍‍ସ ଭାରତର ଶ୍ରେଷ୍ଠ ହସ୍‍ପିଟାଲ୍‍ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । ନିକଟରେ ବହୁଳ ପ୍ରସାରିତ ଇଂରାଜୀ ପତ୍ରିକା ଆଉଟ୍‍ଲୁକ୍‍ ଓ ଏନ୍‍ଇବି ରିସର୍ଚ୍ଚ ଦ୍ୱାରା ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ହସ୍‍ପିଟାଲକୁ ନେଇ ଏକ ରାଙ୍କିଂ ପ୍ରସ୍ତୁତ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗରେ ଦେଶର ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ କିମ୍‍ସ ସ୍ଥାନ ପାଇଛି ।

ଶ୍ରେଷ୍ଠ ମଲ୍‍ଟି ସ୍ପେସିଆଲିଟି ମେଡିକାଲ୍‍ ଫ୍ୟାସିଲିଟିରେ କିମ୍‍ସ ପୂର୍ବ ଭାରତରରେ ପଞ୍ଚମ ସ୍ଥାନ ବଜାୟ ରଖିଥିବାବେଳେ କିମ୍‍ସର ଅସ୍ଥିଶଲ୍ୟ ବିଭାଗ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଶିଶୁ ରୋଗ ବିଭାଗ ନବମ ସ୍ଥାନରେ ରହିଥିବା ବେଳେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ସ୍ନାୟୁରୋଗ ବିଭାଗ ଦଶମ ସ୍ଥାନରେ ରହିଛି। କିମ୍‍ସର ହୃଦ୍‍ରୋଗ ବିଭାଗ ମଧ୍ୟ ଏହି ରାଙ୍କିଂରେ ସମ୍ମାନଜନକ ସ୍ଥାନ ବଜାୟ ରଖିଛି ।

୨୦୦୭ ମସିହାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆରମ୍ଭ କରାଯାଇଥିବା କିମ୍‍ସ ଏବେ ଡାକ୍ତରୀ ଶିକ୍ଷା ସହ ଚିକିତ୍ସା ଓ ରୋଗୀସେବାକ୍ଷେତ୍ରରେ ଲୋକଙ୍କ ଆଦୃତ ଓ ଭରସାଯୋଗ୍ୟ ହୋଇପାରିଛି। ଉତ୍କୃଷ୍ଟ ରୋଗୀ ସେବା ପାଇଁ ସମୟକୁ ସମୟ କିମ୍‍ସ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରର ସ୍ଥାନ ଓ ପୁରସ୍କାର ଲାଭ କରିଆସୁଛି।

ପୂର୍ବ ଭାରତରେ କିମ୍‍ସ ଆଜି ଏକ ସର୍ବବୃହତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନରେ ପରିଣତ ହୋଇପାରିଛି । ଏହି ସଫଳତାରେ ସନ୍ତୋଷ ପ୍ରକାଶ କରି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.