Latest Odisha News

ପାରାଦୀପରେ କମୁଛି, ବାଲେଶ୍ୱର ଓ ଭଦ୍ରକରେ ବଢ଼ୁଛି ‘ଅମ୍ଫାନ’ର ପ୍ରଭାବ

ଭୁବନେଶ୍ୱର: ରିପୋର୍ଟ ଅନୁଯାୟୀ ଏବେ ବାତ୍ୟା ଅମ୍ଫାନ ଦକ୍ଷିଣ ଉତ୍ତର ଆଡକୁ ଧୀରେ ଧୀରେ ଗତି କରୁଛି । ଏଥିପାଇଁ ପାରାଦୀପରେ ପବନ କମୁଛି । କିନ୍ତୁ ଭଦ୍ରକ ଓ ବାଲେଶ୍ୱରରେ ଏହାର ପ୍ରଭାବ ବଢ଼ିବାରେ ଲାଗିଛି । ଭାତରୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ରୟ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପାରାଦୀପରେ ଘଂଟା ପ୍ରତି ୧୦୬ କିଲୋମିଟର ପବନର ବେଗ ରେକର୍ଡ କରାଯାଇଛି । ଜଗତସିଂହପୁର ଓ କେନ୍ଦ୍ରାପଡାରେ ଧୀରେ ଧୀରେ ପବନର ବେଗ କମିଛି । ସେପଟେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟା ଯାଏଁ ପବନ ହେବ । ବାଲେଶ୍ୱରରେ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ଯାଏଁ ଛୁଇଁବ ।

ସେ ଆହୁରି କହିଛନ୍ତି ଯେ, ସୁନ୍ଦରବନରେ ୪ରୁ ୫ ମିଟର ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି । ଆଜି ଅପରାହ୍ଣରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

Leave A Reply

Your email address will not be published.