Latest Odisha News

BREAKING NEWS

ଅଗ୍ନିଶମ ଗାଡି ଭିତରେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା

କେନ୍ଦ୍ରାପଡା: ବାତ୍ୟା ଅମ୍ଫାନକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବଢ଼ିଛି ପବନ ବର୍ଷାର ବେଗ । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରୁ ଆସିଛି ଏକ ଭିନ୍ନ ଖବର । ଆମ୍ବୁଲାନ୍ସ ନଆସିବାରୁ ଅଗ୍ନିଶମ ଗାଡିରେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା ।

ସୂଚନା ମୁତାବକ, ମହାକାଳପଡ଼ା ପଞ୍ଚାୟତର ଜହଁରା ଗାଁର ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ବାଟରେ ବହୁସଂଖ୍ୟକ ଗଛ ଭାଙ୍ଗି ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ନ ପାରିଥିଲା। ଏହାପରେ ବାତ୍ୟା ଅମ୍ଫାନର ମୁକାବିଲା ଲାଗି ଥିବା ଏକ ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସୂତି ଜାନକୀଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାଧ୍ୟ ହୋଇଥିଲେ ।

ତେବେ ଗାଁରୁ ମାତ୍ର ତିନି କିଲୋମିଟର ବାଟ ଯିବା ପରେ ସେହି ଗାଡ଼ିରେ ଜାନକୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟ ମାଆ ଓ ନବଜାତ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.