Latest Odisha News

BREAKING NEWS

ବିବାହରେ କେହି ପିଇପାରିବେନି ବିୟର: ଲାଗୁ ହେଲା କଟକଣା

ଶିମଲା : ବିବାହ ଉତ୍ସବରେ କେହି ପିଇପାରିବେନି ବିୟର । ଏଥିଲାଗି ପଞ୍ଚାୟତ ପକ୍ଷରୁ ଲାଗୁ ହୋଇଛି କଟକଣା । ଯଦି ଏହାକୁ କେହି ଅବମାନନା କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏମିତି ଏକ ଖବର ଚର୍ଚ୍ଚାକୁ ଆସିଛି ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ।

ନିକଟରେ କେଲଙ୍ଗ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ଗ୍ରାମସଭା ବୈଠକ । ବିବାହ ହେଉ ବା ଅନ୍ୟ କୌଣସି ଉତ୍ସବରେ କେହି ବିୟର ପିଇ ପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛିି । ପଞ୍ଚାୟତ ମୁଖ୍ୟ କହିଛନ୍ତି ଯେ, ବିବାହ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକମାନେ ନାଚିବା, ଗାଇବା କିମ୍ବା ମଜାମଜଲିସ୍‌ରେ କିଛି ବାଧକ ନାହିଁ । କିନ୍ତୁ ମଦ ପିଇବା ଭଳି ବାହ୍ୟ ସଂସ୍କୃତିଠାରୁ ଦୂରେଇ ରହିବା ଲକ୍ଷ୍ୟରେ ଏଭଳି ପ୍ରୟାସ କରାଯାଇଛି ।
ପଞ୍ଚାୟତ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ପ୍ରଥମତଃ ବିୟର ବାହ୍ୟ ସଂସ୍କୃତିର ପରିପ୍ରକାଶ । କୌଣସି ଉତ୍ସବରେ ଯୁବକମାନେ ମଦ୍ୟପାନ କରିବା ଦ୍ୱାରା ଅନେକ କ୍ଷୟକ୍ଷତି ଘଟାଇଥାନ୍ତି । ଏହାଦ୍ୱାରା ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ତେଣୁ ଖର୍ଚ୍ଚକାଟ କରିବା ପାଇଁ କୌଣସି ଉତ୍ସବରେ ମଦ୍ୟପାନ କରିବାକୁ ନିଷେଧାଦେଶ ଜାରି କରାଯାଇଛି ।

Comments are closed.