Latest Odisha News

BREAKING NEWS

Wings Over Ganga: ବାରାଣସୀରେ ଭାରତୀୟ ବାୟୁସେନାର ଏୟାର ସୋ

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଲଢୁଆ ବିମାନ ଦେଖାଇଲେ ସୌର୍ଯ୍ୟ

ବାରାଣସୀ: ଗଙ୍ଗା ଉପରେ ଗର୍ଜିଲା ଲଢୁଆ ବିମାନ । ଆକାଶରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ । ବାରାଣସୀ ନମୋ ଘାଟରେ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଚମତ୍କାର ଏୟାର ସୋ ପ୍ରଦର୍ଶିତ ହୋଇଛି । ୱିଙ୍ଗସ ଓଭର ଗଙ୍ଗା ଥିମ୍ ନେଇ ଆୟୋଜିତ ଏହି ଏୟାର ସୋରେ ରାଫେଲ୍‌, ମିରାଜ୍‌, ସାରଙ୍ଗ ଓ ସୂର୍ଯ୍ୟକିରଣ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ସୁଖୋଇ, ରାଫେଲ୍‌, ମିରାଜ୍‌, ଜାଗୁଆର-୨୦୦୦, ତେଜସ୍ ଓ ମିଗ୍ ବିମାନ ସହ ବାୟୁସେନାର ୧୨ଟି ଏୟାରବେସରୁ ପ୍ରାୟ ଶହେ ବିମାନ ଓ ହେଲିକପ୍ଟର ଆକାଶରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବାୟୁସେନା ନିଜର ଶକ୍ତି, ସାମରିକ ପରାକ୍ରମ ଓ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରଦର୍ଶନ କରିଛି । ଆଧୁନିକ ଯୁଦ୍ଧକୌଶଳ, ପାଇଲଟଙ୍କ ଦକ୍ଷତା ଓ ବାୟୁସେନାର ଅତ୍ୟାଧୁନିକ ପ୍ରଯୁକ୍ତିର ଝଲକ୍ ଏହି ଭବ୍ୟ ଆୟୋଜନରେ ଦେଖିବାକୁ ମିଲିଥିଲା ।

ଏହି ପ୍ରଦର୍ଶନୀ ଜରିଆରେ ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ରହିଥିବା ସମନ୍ୱୟ ଦେଖିବାକୁ ମିଳିଥିଲା । ସୋର ମୁଖ୍ୟ ଆକର୍ଷଣ ଥିଲା ୬ଟି ବିମାନ । ଆକାଶରେ ବିମାନ ଗୁଡିକ ଦୁଃସାହସିକ କଳାକୌଶଳ ଦର୍ଶକଙ୍କୁ ରେମାଂଚିତ କରିଥିଲା । ଏୟାର ସୋରେ କେବଳ କୌଶଳ ଦେଖାଉନଥିଲେ ବାୟୁବୀର ଏମିତିକି ଶତ୍ରୁକୁ କିପରି ମୁକାବିଲା କରାଯିବ ତାର ଝଲକ୍ ମଧ୍ୟ ପ୍ରଦର୍ଶନ କଲେ । ସୂର୍ଯ୍ୟ କୀରଣ ଏରୋବାଟିକ୍ସ ଟିମ୍‌ର ପ୍ରଦର୍ଶନ ବେଶ ଚିତାକର୍ଷକ ଥିଲା । ସାରଙ୍ଗ ହେଲିକପ୍ଟର ଡିସପ୍ଲେ ଟିମ୍ ଆକାଶରେ ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କଲେ । ଗଙ୍ଗା ଉପରେ ଆକାଶରେ ବାୟୁସେନାର ଏ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ନିଆରା ଅନୁଭୂତି ଦେଇଛି ।

 

Leave A Reply

Your email address will not be published.