Latest Odisha News

BREAKING NEWS

ସାରା ରାଜ୍ୟରେ ଶୀତର ପ୍ରକୋପ, ସିମିଳିଗୁଡାରେ ୧୨.୨°…

ଭୁବନେଶ୍ୱର: ଓଡ଼ିଶାରେ ଶୀତର ପ୍ରକୋପ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଏହି କ୍ରମରେ ଶନିବାର ଦିନ ସିମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ଚିହ୍ନଟ ହୋଇଛି।

ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

କୋରାପୁଟ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ସିମିଳିଗୁଡ଼ାରେ ତାପମାତ୍ରା ୧୨.୨ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଏହା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ହୋଇଛି। କନ୍ଧମାଳର ଜି. ଉଦୟଗିରିରେ ୧୨.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି କନ୍ଧମାଳର ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ଚିପିଲିମାରେ ୧୪.୪ ଡିଗ୍ରୀ ଏବଂ କୋରାପୁଟରେ ୧୪.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ନବରଙ୍ଗପୁରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଏଥିସହିତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେଇଥିଲା। କୋରାପୁଟ ଏବଂ ରାଉରକେଲାରେ ଘନ କୁହୁଡ଼ି (ଦୃଶ୍ୟମାନତା ୫୦ ମିଟରରୁ ୨୦୦ ମିଟର) ଦେଖାଯାଇଥିବା ବେଳେ ଝାରସୁଗୁଡ଼ା ଏବଂ ଫୁଲବାଣୀରେ ହାଲୁକା କୁହୁଡ଼ି (ଦୃଶ୍ୟମାନତା ୫୦୦ ମିଟରରୁ ୧୦୦୦ ମିଟର) ଅନୁଭୂତ ହୋଇଥିଲା।

ସେହିପରି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୧.୭ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୯.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ କଟକରେ ଯଥାକ୍ରମେ ୩୦.୬ ଡିଗ୍ରୀ ଏବଂ ୧୯.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.