ଆସାମ: ସୈତାନ ପାଲଟିଗଲା ଶୈଶବ ! ନବମ ଶ୍ରେଣୀ ଛାତ୍ରଙ୍କ ନୃଶଂସତା ! ଧାରୁଆ ଅସ୍ତ୍ରରେ ନିଜ ଜନ୍ମକଲା ମାକୁ ଆକ୍ରମଣ କଲା ୧୪ ବର୍ଷୀୟ ନାବାଳକ । ତାପରେ ଘର ଛାତରୁ ଡେଇଁପଡିଲା । ଏପରି ଦୁଃଖଦ ଘଟଣା ଘଟିଛି ଆସାମ ରାଜଧାନୀ ଗୌହାଟିରେ । ତେବେ ମା ଉପରେ କାହିଁକି ଆକ୍ରମଣ କଲା ପିଲାଟି । କଣ ରହିଛି ଦୁଇଟି ଅଘଟଣ ପଛର ପ୍ରକୃତ କାରଣ ତାହା ଜଣାପଡିନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ଆସାମର ରାଜଧାନୀ ଗୌହାଟୀରେ ଶୁକାବର ଦିନ ନବମ ଶ୍ରେଣୀ ଛାତ୍ର ନିଜ ଘରେ ଏକ ଧାରୁଆ ଅସ୍ତ୍ରରେ ନିଜ ମାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ସହରର ଏବିସି ଅଂଚଳରେ ଏକ କୋଠାରୁ ଖସିପଡିବା ଫଳରେ ପିଲାଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୂର୍ବ ଜ୍ୟୋତିନଗରର ହଲଦି ମିଲ୍ ଅଂଚଳରେ ମା ଚନ୍ଦ୍ରାଣୀ କଲିତାଙ୍କ ଉପରେ ଆକ୍ରମଣ କରିଥିଲା ପୁଅ । ଚନ୍ଦ୍ରାଣୀଙ୍କୁ ଗୁରୁତର ଅବସ୍ଥାରେ ଛାଡି ପୁଅ ସେଠାରୁ ପଳାଇଥିଲା । ପରେ ଚନ୍ଦ୍ରାଣୀଙ୍କୁ ଗୁରୁତର ଅବସ୍ଥାରେ ଗୌହାଟି ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଚନ୍ଦ୍ରାଣୀ । ସେପଟେ ପିଲାଟି ମାକୁ ଆକ୍ରମଣ କରିବା ପରେ ଗୌହାଟୀର ଏବିସି ଅଂଚଳରେ ଥିବା ଏକ କୋଠାରୁ ତଳକୁ ଖସିପଡିଥିଲେ । ପରେ ଆଘାତଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବାଳକଟିର ମୃତ୍ୟୁକୁ ନେଇ ଥିବା ପରିସ୍ଥିତି ଏଯାଏ ଅସ୍ପଷ୍ଟ ରହିଛି । ମାଙ୍କ ଉପରେ ହୋଇଥିବା ଆକ୍ରମଣର କାରଣ କଣ ଏବଂ ଏ ଦୁଇଟି ଅଘଟଣ କେମିତି କେଉଁ ପରିସ୍ଥିତଳେର ଘଟିଲା ତାହା ସ୍ପଷ୍ଟ ହୋଇନି । ସେପଟେ ସିସିଟିଭି ଫୁଟେଜରେ ପୁଅର ଦୃଶ୍ୟ ଦେଖିବାକୁ ମିଳିଛିା ମାକୁ ଆକ୍ରମଣ କରି ଘରୁ ବାହାରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଲିଛି । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ପୁରା ତଥ୍ୟ ସାମ୍ନାକୁ ଆସିବ ।
