Latest Odisha News

ଶୀତକାଳୀନ ଅଲିମ୍ପିକ୍ସ: ତ୍ରିରଙ୍ଗା ହାତରେ ଧରି ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ଆରିଫ

ବେଜିଂ: ଚୀନର ରାଜଧାନୀ ବେଜିଂରେ ବର୍ଣ୍ଣାଢ଼୍ୟ ପରିବେଶରେ ୨୪ତମ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହୋଇଛି । ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବରେ କରୋନା କଟକଣା ସହ ବିଭିନ୍ନ ଦେଶର ପ୍ରତିଯୋଗୀ ଯୋଗ ଦେଇଥିଲେ । ଭାରତର ଅଧିକାରୀମାନେ ପୂର୍ବରୁ ଏହାକୁ ବୟକଟ କରିଥିଲେ । ଦେଶର ଏକମାତ୍ର ପ୍ରତିଯୋଗୀ ତଥା ଧ୍ୱଜ ବାହକ ମହମ୍ମଦ ଆରିଫ ଖାଁ ଜାତୀୟ ପତାକା ହାତରେ ଧରି ମାର୍ଚ୍ଚ ପାଷ୍ଟରେ ଯୋଗ ଦେଇଥିଲେ ।

୨୦ ଫେବୃୟାରୀ ପର୍ଯ୍ୟନ୍ତ ଏହି ମେଗା ଇଂଭେଟ ଚାଲିବ । ଆରିଫ ସ୍ଲେଲମ ଓ ଜଂଏଟ ସ୍ଲେଲମ ବିଭାଗରେ ଅଂଶଗ୍ରହଣ କରିବେ । ଓଭରାଲ ୯୧ ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

Comments are closed, but trackbacks and pingbacks are open.