Latest Odisha News

BREAKING NEWS

[ଭିଡ଼ିଓ] ପୁଣି ଫସିଲେ ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର

ରାଉରକେଲା : ପୁଣି ଫସିଲେ ତହସିଲଦାର । ଏଥର ଅଭିଯୋଗ କିନ୍ତୁ ଭିନ୍ନ । କିଛି ଯୁବତୀଙ୍କ ସମ୍ପର୍କ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ।

ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର ବାଗଙ୍କ ନାଁରେ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଥାନାରେ ଦେଇଛନ୍ତି ଏତଲା। ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖିବା ସହିତ ତାଙ୍କ ନିଜ ପିଲାଙ୍କୁ ମାଡ ମାରିଛନ୍ତି ତହସିଲଦାର ।

ରାଉରକେଲାରେ ଜଣେ ଯୁବତୀଙ୍କ ସହିତ ସେ ରହୁଥିବା ବେଳେ ପିଲାମାନଙ୍କୁ ଧମକ ଚମକ ଦେଉଛନ୍ତି । ତେବେ ତାଙ୍କ ଦୁଇ ଝିଅଙ୍କ ଜୀବନ ବିପଦରେ ରହିଛି। ତାଙ୍କ ସହିତ କୌଣସି ଯୋଗା ଯୋଗ ହୋଇପାରୁନଥିବା କହିଛନ୍ତି ଡାଲିଆ ।

ଝିଅ ମାନଙ୍କଠାରୁ ଫୋନ୍ ଛଡାଇ ନିଆଯାଇଛି । ଖୁବଶିଘ୍ର ତାଙ୍କ ଝିଅ ମାନଙ୍କ ସହିତ ଯୋଗାଯୋଗ କରାଇ ଦେବା ସହିତ ତହସିଲଦାରଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ରାଜଗାଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ଏବେ ଏସ.ପି ଅଫିସ ଦ୍ୱାରସ୍ଥ ହୋଇଛନ୍ତି ତହସିଲଦାରଙ୍କ ପତ୍ନୀ ।

Comments are closed, but trackbacks and pingbacks are open.