Latest Odisha News

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ; ବିରୋଧିଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ଆଜି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗୃହ ଆରମ୍ଭରୁ ସରକାରଙ୍କୁ ଘେରିବା ଲାଗି ପୂରାପୂରି ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧି ଦଳ ।

ଚଳିତ ଶୀତକାଳୀନ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିବା ନେଇ ସୂତ୍ରରୁ ପ୍ରକାଶ ।

ରାଜ୍ୟ ସଚିବାଳୟରେ ଶୀତକାଳୀନ ଅଧିବେଶନକୁ ଉଦଘାଟନ କରିବା ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ମଞ୍ଜୁର ହୋଇଥିବା ପ୍ରଥମ ଅତିରିକ୍ତ ବଜେଟର ବିସ୍ତୃତ ବିବରଣୀ ଉପସ୍ଥାପନା କରିବେ ।

ଏହି ଅବସରରେ ରାଜ୍ୟରେ ୫ଟି କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ଯୋଜନା କରୁଛି ବିରୋଧି କଂଗ୍ରେସ ।

ସେହିପରି ସ୍ମିତାରାଣୀ ମୃତ୍ୟୁ ମାମଲା ଓ ପିଏମଏୱାଇ କେଳେଙ୍କାରୀ ନେଇ ସରକାରକୁ ଘେରିବା ପାଇଁ ଏକପ୍ରକାର ଅଣ୍ଟା ଭିଡିଛି ବିଜେପି ।

Comments are closed.