Latest Odisha News

ବିଧାନସଭା ଶୀତକାଳୀନ ଅଧିବେଶନ ନଭେମ୍ବର ୧୬ରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୬ରୁ ଆରମ୍ଭ ହେବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି ।

ଏହି ଶୀତକାଳୀନ ଅଧିବେଶନ ଡ଼ିସେମ୍ବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ସମୁଦାୟ ୨୩ଟି କାର୍ଯ୍ୟଦିବସ ରହିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ବିଧାନସଭା ସଚିବାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ଏହି ଶୀତକାଳୀନ ଅଧିବେଶନ ଭୂବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି ପୂର୍ବରୁ କିମ୍ବା ପରେ ଅନୁଷ୍ଠିତ ହେବ ତାହା ଶୁକ୍ରବାର ଦିନ ରାଜ୍ୟ କାବିନେଟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଏହି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯିବାପରେ ରାଜ୍ୟପାଳଙ୍କଠାରୁ ଏନେଇ ଏକ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ, ଆସନ୍ତା ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ସେଥିଲାଗି ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

ଚଳିତ ଆର୍ôଥକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ ବର୍ଷା କାଳୀନ ଅଧିବେଶନରେ ପାରିତ ହୋଇସାରିଛି । ଆଇନତଃ ଦ୍ୱିତୀୟ ଅତିରିକ୍ତ ବଜେଟ ଆଗତ ହେବାର ସେପରି କିଛି ବ୍ୟବସ୍ଥା ନାହିଁ । କିନ୍ତୁ ଯଦି ସରକାର ଚାହିଁବେ ତେବେ ଅଧ୍ୟାଦେଶ ମାଧ୍ୟମରେ ବା ପୂର୍ବ ବଜେଟରେ ସଂଶୋଧନ ଆଣି ଅତିରିକ୍ତ ବଜେଟ ଆଗତ କରିପାରିବେ ।

Leave A Reply

Your email address will not be published.