Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୪ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ୱାରା ନୂଆ ବିଚାରପତିଙ୍କ ନାମ ସୁପାରିଶର ୪୮ ଘଣ୍ଟା ମଧ୍ୟରେ ସମସ୍ତ ୪ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ମିଳିଯାଇଛି । ଏନେଇ ଗୁରୁବାର ରାତିରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ନିଯୁକ୍ତିକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ କଲେଜିୟମ ସର୍ବସମ୍ମତି କ୍ରମେ ହାଇକୋର୍ଟର ବରିଷ୍ଠ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କରିଥିଲା ।

ଏହି ସୁପାରିଶରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମ ଆର ଶାହ, ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆର ସୁବାସ ରେଡ୍ଡି ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀ ଆଦିଙ୍କ ନାମ ରହିଥିଲା ।

ଉଲ୍ଲେଖଯୋଗ୍ୟ ଏହି ନୂଆ ବିଚାରପତି ମାନେ ସୁପ୍ରିମକୋର୍ଟରେ କାର୍ଯ୍ୟଭାର ଗ୍ରହଣ କଲେ ସୁପିମକୋର୍ଟର ସାମର୍ଥ୍ୟ ୨୮କୁ ବୃଦ୍ଧି ପାଇବ । ସୁପ୍ରିମକୋର୍ଟରେ ଏକକାଳୀନ ୩୧ ଜଣ ବିଚାରପତି କାର୍ଯ୍ୟ କରିବାର କ୍ଷମତା ରହିଛି ।

ଅଧିକ ପଢନ୍ତୁ:-  ସୁପ୍ରିମକୋର୍ଟରେ ୪ଜଣ ବିଚାରପତିଙ୍କ ନିଯୁକ୍ତି ଲାଗି କଲେଜିୟମଙ୍କ ନାମ ସୁପାରିଶ

Leave A Reply

Your email address will not be published.