Latest Odisha News

BREAKING NEWS

ଆମେରିକାରେ ଭୟଙ୍କର ବରଫ ତାଣ୍ଡବ, ପୂର୍ବ ଓ ଉତ୍ତର ଆମେରିକାରେ ୭ କୋଟି ଲୋକ ପ୍ରଭାବିତ

ଆମେରିକା : ଆମେରିକାରେ ତାଣ୍ଡବ ରଚୁଛି ଭୟଙ୍କର ବରଫ ଘୂର୍ଣ୍ଣିଝଡ । ପ୍ରବଳ ବରଫ ଝଡ଼ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ପୂର୍ବ ଓ ଉତ୍ତର ଆମେରିକାରେ ବରଫ ଝଡରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୭ କୋଟି ଲୋକ । ଏହି ବରଫ ଝଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ଘଣ୍ଟା ପ୍ରତି ୧୨୮ରୁ ୧୯୩ କିଲୋମିଟର ବେଗରେ ବରଫ ଝଡ ବହିବାର ଆଶଙ୍କା ରହିଛି ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଏହି ଝଡ ଯୋଗୁ ଭୟଙ୍କର ଥଣ୍ଡା ଅନୁଭୂତ ହେବା ସହ ଅନେକ କ୍ଷତି ଘଟାଇବା ଆଶଙ୍କା କରାଯାଉଛି ।

ବରଫ ଝଡ଼ ଯୋଗୁଁ ୪ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ, ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଲକ୍ଷାଧିକ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଛି । ପ୍ରାୟ ସମସ୍ତ ଉପକୂଳ ଅଞ୍ଚଳରେ ଏକ ଫୁଟ ଉଚ୍ଚର ବରଫ ଆସ୍ତରଣ ସୃଷ୍ଟି ହୋଇଛି । ଫ୍ଲୋରିଡାରେ ବି ସ୍ଥିତି ସାଂଘାତିକ ରହିଛି । ବରଫ ଝଡ଼ ଯୋଗୁ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ବରଫରେ ରେଳଲାଇନ ପୋତି ହେବା ଯୋଗୁ ଟ୍ରେନ ଚଳାଚଳ ବାତିଲ ହୋଇଛି ।

Comments are closed.