Latest Odisha News

୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇଲା ୱେଷ୍ଟଇଣ୍ଡିଜ

ବ୍ରିସବେନ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଆଜି ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ରନରେ ହରାଇ ସିରିଜକୁ ୧-୧ରେ ବରାବର କରିଛି । ୨୭ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇବାରେ ୱେଷ୍ଟଇଣ୍ଡିଜ ସଫଳ ହୋଇଛି । ୧୯୯୭ରେ ୱେଷ୍ଟଇଣ୍ଡିଜ ଶେଷ ଥର ବିଜୟ ହାସଲ କରିଥିଲା । ୨୦୦୦ ପରଠାରୁ ଉଭୟ ଦେଶ ମଧ୍ୟରେ ୧୯ ମ୍ୟାଚ ଖେଳାଯାଇଛି । ଅଷ୍ଟ୍ରେଲିଆ ୧୫ ଓ ୱେଷ୍ଟଇଣ୍ଡିଜ ଗୋଟିଏ ମ୍ୟାଚରେ ଜିତିଥିବା ବେଳେ ୨ଟି ମ୍ୟାଚ ଡ୍ର ରହିଛି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । ଅଷ୍ଟ୍ରେଲିଆ ଟିମ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟରେ କୌଣସି ଟିମଠାରୁ ପରାଜିତ ହୋଇଛନ୍ତି । ଶମର ଜୋସେଫ ୭ଟି ୱିକେଟ ଅକ୍ତିଆର କରି ୱେଷ୍ଟଇଣ୍ଡିଜ ବିଜୟର ମୂଖ୍ୟ କର୍ଣ୍ଣଧାର ସାଜିଥିଲେ ।

ପୂର୍ବରୁ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ୩୧୧ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୯ ୱିକେଟ ବିନିମୟରେ ୨୮୯ ରନ କରି ଇନିଂସ ଘୋଷଣା କରିଥିଲା । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୯୩ ରନରେ ଅଲଆଉଟ ହେବା ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୬ ରନର ଟାର୍ଗେଟ ରଖିଥିଲା । ଜବାବରେ ଅଷ୍ଟ୍ରେଲିଆ ୨୦୭ ରନ କରି ଅଲଆଉଟ ହୋଇ ଯାଇଥିଲା ।

Comments are closed.