Latest Odisha News

BREAKING NEWS

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା, ୬ମୃତ

ଚେନ୍ନାଇ: ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଛି।ଦକ୍ଷିଣ ତାମିଲନାଡୁର ସିଙ୍ଗିଲିପାଟ୍ଟି ଏବଂ ପୁନ୍ନୟାପୁରମ୍ ମଝିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଛି।ମୃତକମାନେ ହେଲେ କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋକରଣ ଏବଂ ବୋଥିରାଜ।

ଭୋର ପ୍ରାୟ ୩ଟା ୩୦ରେ କୋର୍ଟାଲ୍ଲାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କାରରେ ୬ ଜଣ ଥିଲେ। ସେମାନେ ବାଲାସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ମହୋତ୍ସବରେ ଯୋଗ ଦେଇଥିଲେ। ପରେ କୋର୍ଟଲାମ ଜଳପ୍ରପାତକୁ ଯାଇ ଫେରୁଥିଲେ। ଏହି ସମୟରେ ଏକ ଟ୍ରକୂ କେରଳରୁ ସିମେଣ୍ଟ ନେଇ ଆସୁଥିବା ବେଳେ କାରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଓ ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଯେ ଏହି ଦୁର୍ଘଟଣା କୋର୍ଟକୁଲାମରୁ ଘରକୁ ଫେରିବା ବାଟରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସ୍ଥାନୀୟ ତିରୁନେଲ୍‌ଭେଲି ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.