Latest Odisha News

BREAKING NEWS

ଦେଶରେ ୮୭ ଲକ୍ଷ କରୋନା ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ଲକ୍ଷେ ୨୮ ହଜାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୮୭୮ ଜଣ । ଦମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି ।

ସେହିପରି ବଢୁଛି ଡେଥ୍ କେସ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୮ ହଜାର ୬୬୮ ଛୁଇଁଛି ।

ଆକ୍ଟିଭ୍ କେସ୍ ୫ ଲକ୍ଷ ତଳକୁ ଖସିଛି । ଦୈନିକ ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୯ ହଜାର ୭୯ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହେଲେଣି ୮୧ ଲକ୍ଷ ୧୫ ହଜାର ୫୮୦ ଆକ୍ରାନ୍ତ ।

ଦିଲ୍ଲୀରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭ ହଜାର ୫୩ ଜଣ । ସେହିପରି କେରଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୫୩୭ । ଶୀତ ଋତୁ ହୋଇଥିବାରୁ ଦିଲ୍ଲୀ ସମେତ ଉତ୍ତର ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି ।

Leave A Reply

Your email address will not be published.