Latest Odisha News

ଗଙ୍ଗା ସୁରକ୍ଷା ପାଇଁ ନୂଆ ଆଇନ; ପ୍ରଦୂଷଣ କଲେ ୫ ବର୍ଷ ଜେଲ ସହ ୫୦ କୋଟି ଟଙ୍କା ଜୋରିମାନା !

ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ଜଳ ଶକ୍ତି ମନ୍ତ୍ରଣାଳୟ ଏକ ବିଲ ପ୍ରସ୍ତୁତ କରିଛି । ଏହାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଇ ଦିଆ ଯାଇଛି । ଏହି ବିଲ ପାସ ହେଲେ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ରହିଥିବା ଜାତୀୟ ଗଣମାଧ୍ୟମ ‘ନ୍ୟୁଜ ୧୮’ରେ ପ୍ରକାଶ ।

ଜଳଶକ୍ତି ମନ୍ତ୍ରାଳୟ ଏନେଇ ପ୍ରସ୍ତୁତ କରିଥିବା ବିଲରେ ୧୩ଟି ଚାପ୍ଟର ରହିଛି। ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଜଳରେ ଗତିକୁ ରୋକିବା, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନ ଫୋପାଡ଼ିବା ପାଇଁ ନିୟମ କରାଯାଇଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ଏହି ବିଲରେ ଉଲ୍ଲେଖ ରହିଛି, ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ, ଯଦି ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ ଘର ନିର୍ମାଣ କରନ୍ତି ତେବେ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

Comments are closed.