Latest Odisha News

ରାଉରକେଲାରେ କୁକୁର ଆତଙ୍କ, ୩୦ରୁ ଅଧିକ ଆହତ

ରାଉରକେଲା: ରାଉରକେଲାର ଡେଲି ମାର୍କେଟ୍ ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିବା ନେଇ ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଅଞ୍ଚଳରେ ଗତକାଲି ଏକ ବୁଲା କୁକୁର କିଛି ବ୍ୟକ୍ତିଙ୍କୁ ଅଚାନକ କାମୁଡି ପକାଇଥିଲା । ପରବର୍ତ୍ତୀ ସମୟରେ ନିକଟରେ ଥିବା କଲୋନୀ ମଧ୍ୟରେ ପ୍ରବେଶ କରି ସେଠାରେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ କାମୁଡି ପକାଇଥିଲା । ଫଳରେ ଉକ୍ତ କୁକୁରଟି ପାଗଳା ହୋଇଯାଇଥିବା ନେଇ ସ୍ଥାନୀୟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ।

ଉକ୍ତ ପାଗଳ କୁକୁର ଦ୍ୱାରା କ୍ଷତାକ୍ତ ହୋଇଥିବା ପ୍ରାୟ ୩୦ ଜଣ ଆହତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.