Latest Odisha News

BREAKING NEWS

ସରକାରୀ ଅର୍ଥର ପ୍ରଲୋଭନ ଓ ଚାପ ପକାଇ କିଛି ମୁଷ୍ଟିମେୟ ମିଶନଶକ୍ତିର ଅଧିକାରୀ ମା’ମାନଙ୍କୁ ରାଜନୈତିକ କାର୍ଯ୍ୟରେ ଲଗାଉଛନ୍ତି: ବିଜେପି

ଭୁବନେଶ୍ୱର: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ପକ୍ରିୟା । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହେବା ଉଚିତ। କିଛି ସରକାରୀ ଅଧିକାରୀମାନେ ଶାସକ ଦଳର ହାତବାରିସ ସାଜି ସାଧାରଣ ନିର୍ବାଚନର ବୈତରଣୀ ପାର କରିବାର ଅପଚେଷ୍ଟା ଚଳାଇଛନ୍ତି । କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାରଙ୍କର ମିଶନ ଶକ୍ତିର ବରିଷ୍ଠ ଦୁଇ ଅଧିକାରୀ ଅମ୍ବିକା ଦାସ ଓ ବିନୋଦ ଜେନା ପ୍ରତ୍ୟକ୍ଷ ଭାବେ ସରକାରୀ ଅର୍ଥରେ ମିଶନଶକ୍ତିର ସଦସ୍ୟାମାନଙ୍କ ମାଧ୍ୟମରେ ଶାସକ ଦଳର ରାଜନୈତିକ କାର୍ଯ୍ୟକୁ ପରିଚାଳନା କରୁଛନ୍ତି ।

ମିଶନ ଶକ୍ତିର ସରକାରୀ ଅଧିକାରୀ ଅମ୍ବିକା ଦାସ ଓ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମିଳିତ ଉଦ୍ୟମରେ ଏକ ହ୍ୱାଟ୍‌ସପ୍ ଗ୍ରୁପ କରାଯାଇଛି। ଯେଉଁଥିରେ ଏମ୍‌ବିକେ, ବ୍ୟାଙ୍କ ମିତ୍ରକୁ ସାମିଲ କରି ସରକାରୀ ଅର୍ଥରେ ପ୍ରଚାର କାର୍ଯ୍ୟରେ ଲଗାଯାଉଛି। ଏସମସ୍ତ କଥାର ମୁଖ୍ୟ ଆଇଏଏସ୍ ଅଫିସର ତଥା ମିଶନଶକ୍ତି ମୁଖ୍ୟ ସୁଜାତା ପାଣ୍ଡିଆନଙ୍କ ନେତୃତ୍ୱରେ କରାଯାଉଛି। ସେହିପରି ବିଭିନ୍ନ ସମୟରେ ବିଜେଡିର ସମାବେଶରେ ଲୋକ ପଠାଇବା ପାଇଁ ସହଯୋଗ କରୁଛନ୍ତି। ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଗୋଟିଏ ସ୍ଥାନରେ ରହି ଶାସକ ଦଳର ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି, ଯାହା ଆଦର୍ଶ ନିର୍ବାଚନ ଆଇନକୁ ଉଲଘଂନ କରୁଛି। ଏହା ଦଣ୍ଡନୀୟ ଅପରାଧ।

ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ପ୍ରସଙ୍ଗରେ ଫେରାଦ ହୋଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମହିଳାମାନଙ୍କୁ ରାଷ୍ଟ୍ର ନିର୍ମାତା ବୋଲି କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ ଏବଂ ଆର୍ôଥକ ସ୍ତରରେ ସ୍ୱାବଲମ୍ବି କରିବା ପାଇଁ ମାନନୀୟ ମୋଦିଜୀ ବଜେଟ୍‌ରେ ବହୁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ମହିଳାମାନେ କିଭଳିଭାବେ ସଶକ୍ତ ହେବେ ସେଥିପାଇଁ ମୋଦିଜୀ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ ଶାସକ ଦଳର ସଦସ୍ୟମାନେ ମିଶନଶକ୍ତିର ସଦସ୍ୟାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ନିଜ ଦଳୀୟ ପ୍ରଚାରରେ କର୍ମୀଭଳି କାର୍ଯ୍ୟରେ ଲଗାଉଛନ୍ତି ।

ସେହିପରି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ଓଏସ୍‌ଆରଟିସି ପକ୍ଷରୁ ଯେଉଁ ବସ୍ ଗଡୁଛି ସେଥିରେ ଯାତାୟତ କରୁଥିବା ସାଧାରଣ ଲୋକ ଯେଉଁ ଟିକେଟ୍ କିଣୁଛନ୍ତି ତାର ପଛପଟେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଫଟୋ ରହିଛି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି, ଏହାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯାଉ ବୋଲି ବିଜେପି ଦାବି କରିଛି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିଅତି ଗିରି, ପଦ୍ମଜା ଦେବତା, ଚିତ୍ରଲେଖା ମହାନ୍ତି, ସୁବାଶିନି ପୃଷ୍ଟି, ସୁଚରିତା ଜେନାମଣି, ତୃପ୍ତିମୟୀ ମକଦ୍ଦମ, ମନ୍ଦାକିନି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.