Latest Odisha News

BREAKING NEWS

ଅବସର ପରେ ବି ଆଇପିଏଲରେ କମାଲ କରୁଛନ୍ତି ଏହି କ୍ରିକେଟର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରୋମାଂଚ ବଢ଼ିବାରେ ଲାଗିଛି । ଯୁବ ଖେଳାଳିଙ୍କ ପସନ୍ଦ ଏହି ଟି୨୦ ଲିଗରେ ଶିବମ ଦୁବେ, ଅଭିଷେକ ଶର୍ମା ଓ ଯଶସ୍ୱୀ ଜୈସୱାଲଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା କେତେକ ଖେଳାଳିଙ୍କ ପ୍ରଦର୍ଶନ ଏବେ ବି ପ୍ରଶଂସକଙ୍କୁ କ୍ରିକେଟ ସହ ବାନ୍ଧି ରଖିଛି । ଏମଏସ ଧୋନୀ, ସୁନୀଲ ନାରିନ, କ୍ୱିଂଟନ ଡିକକ ଓ ଡେଭିଡ ୱାର୍ଣ୍ଣରଙ୍କ ପରି ଖେଳାଳି ଏହାର ଜ୍ୱଳନ୍ତ ଉଦାହରଣ ।

ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ ଡୁ ପ୍ଲେସି ଆରସିବିର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ସେ ଫ୍ରାଂଚାଇଜ କ୍ରିକେଟ ପାଇଁ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରକୁ ଶୀଘ୍ର ଶେଷ କରିଥିଲେ । ବେଙ୍ଗାଲୁର ଭଲ ପ୍ରଦର୍ଶନ କରୁ ନ ଥିଲେ ମଧ୍ୟ ଡୁ ପ୍ଲେସିଙ୍କ ବ୍ୟାଟ କଥା କହୁଛି । ସୁନୀଲ ନାରିନ ଏବେ କେକେଆର ଟିମର ସଦସ୍ୟ । ଚଳିତ ସଂସ୍କରଣରେ ଏହି ସ୍ପିନର ଅଲରାଉଣ୍ଡର ବ୍ୟାଟରେ କମାଲ ଜାରୀ ରଖିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଏହି ଖେଳାଳିଙ୍କ ତାଙ୍କ ମତ ପରିବର୍ତନ କରିବା ପାଇଁ ରାଓମ୍ୟାନ ପାୱେଲ ବାରମ୍ବାର ଅନୁରୋଧ କରୁଛନ୍ତି ।

କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ୨୦୧୯ରେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଏବେ ସେ ସ୍ୱତଃ ଚେନ୍ନାଇ ଅଧିନାୟକ ପଦରୁ ଓହରି ଯାଇଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟିଂ ଜାରୀ ରଖିଛନ୍ତି । ଶେଷ ଭାଗରେ ସେ ଦଳର ଆବଶ୍ୟକ ମୁତାବକ ବ୍ୟାଟିଂ କରୁଛନ୍ତି । କ୍ୱିଂଟନ ଡିକ କକ ଓ ୱାର୍ଣ୍ଣର ଯଥାକ୍ରମେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି । ଉଭୟ ଅବଶ୍ୟ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ତେବେ ସେମାନଙ୍କ ବ୍ୟାଟ ବେଶୀ ଦିନ ନୀରବ ରହିବନି ତାହା ପ୍ରଶଂସକମାନେ ଭଲ ଭାବେ ଜାଣନ୍ତି ।

Leave A Reply

Your email address will not be published.