ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟର ୧୯ ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଅପସାରଣ ହୋଇଥିବା ବେଳେ ୬ ଜିଲ୍ଲାର କିଛି ଅଞ୍ଚଳରୁ ଆଂଶିକ ଭାବେ ପ୍ରତ୍ୟାହୃତ ହୋଇଛି ।
ମୌସୁମୀ ଅପସାରଣ!!
ଆଜି ଉତ୍ତର ସମ୍ପୂର୍ଣ୍ଣ ଓଡିଶା ସହ ଦକ୍ଷିଣ ଓଡ଼ିଶାର ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର ରୁ ମୌସୁମୀ ସମ୍ପୂର୍ଣ୍ଣ ଅପସାରଣ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି ଏବଂ ନୂଆପଡା ରୁ ଆଂଶିକ ଭାବେ ଅପସାରଣ ହୋଇଛି |
ଆଗାମୀ ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡିଶାରୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି pic.twitter.com/kOHiQPmodU
— Meteorological Centre, Bhubaneswar (@mcbbsr) October 20, 2022
ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ନୟାଗଡ଼ ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହୋଇଛି । ଖୋର୍ଦ୍ଧା, ପୁରୀ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର କିଛି ଅଂଞ୍ଚଳରୁ ଫେରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
ଆଗାମୀ ୨ ଦିନରେ ରାଜ୍ୟର ଅନ୍ୟ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ସକାଳେ ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖା ଯାଇଛି । ବଲାଙ୍ଗିରରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ରେକର୍ଡ କରାଯାଇଛି ।
ଆଜି ସକାଳୁ ରାଜ୍ୟର କିଛି ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହୋଇଛି
ବଲାଙ୍ଗୀର ରେ ଘନ କୁହୁଡି
ଦୃଶ୍ୟମାନ ଦୂରତା ୧୦୦ ମିଟର ରେକର୍ଡକଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ
ଭବାନୀପାଟଣା ୨୦୦ ମିଟର, ଫୁଲବାଣୀ ୨୫୦ ମିଟର— Meteorological Centre, Bhubaneswar (@mcbbsr) October 20, 2022
ସେହିଭଳି କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି । ଭବାନୀପାଟଣାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଓ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୨୫୦ ମିଟର ରେକର୍ଡ କରାଯାଇଛି ।
Comments are closed.