Latest Odisha News

BREAKING NEWS

ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା

ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟିଲା ପ୍ରକାଶକ ସଂଘ

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପ୍ରକାଶକ ସଂଘ “ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକସେଲର୍ସ ଆସୋସିଏସନ” ପକ୍ଷରୁ ଓଡ଼ିଆ ଭାଷା ସାହିତ୍ଯ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନର ସଭାପତି କ୍ଷୀରୋଦ ଚନ୍ଦ୍ର ପତିଙ୍କ ନେତୃତ୍ବରେ ପାଞ୍ଚଜଣ କାର୍ଯ୍ଯକାରୀ ସଦସ୍ଯ ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ ଭେଟିବା ସହ ଆଗାମୀ ଡିସେମ୍ବର ମାସରେ ହେବାକୁଥିବା ଚତୁର୍ଥ ପୁସ୍ତକ ଉତ୍ସବ ‘ଅକ୍ଷର’ର ଆୟୋଜନ ପରିପ୍ରେକ୍ଷୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରିଥିଲେ। ସମ୍ପାଦକ ତଥା ଲେଖାଲେଖିର ପ୍ରକାଶକ ପ୍ରଦୀପ୍ତ କୁମାର ବେହୁରା ଶ୍ରୀ ଦାସଙ୍କୁ ଅନୁଷ୍ଠାନ ତରଫରୁ ପ୍ରସ୍ତାବପତ୍ର ପ୍ରଦାନ କରିଥିବାବେଳେ ଏହାର ବିଭିନ୍ନ ଦିଗ ଉପରେ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ ଅନୁଷ୍ଠାନର ଦୁଇ ଉପସଭାପତି ପକ୍ଷୀଘରର ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ଟାଇମପାସର ପ୍ରକାଶକ ସରୋଜ ବଳ। ସହଯୋଗୀ ସମ୍ପଦକ ତଥା ପେନ-ଇନର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଏଭଳି ଏକ ବିଚାର ବିମର୍ଶ ପାଇଁ ସୁଯୋଗ ଦେଇଥିବାରୁ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏଠାରେ ସୂଚନାଯୋଗ୍ଯ ଯେ ସରକାରଙ୍କ ଦ୍ଵାରା ବିଧିବଦ୍ଧ ଭାବେ ପଞ୍ଜିକୃତ ଏହି ପ୍ରକାଶକ ସଂଘସାରା ରାଜ୍ୟର ପ୍ରକାଶକମାନଙ୍କ ସ୍ୱାର୍ଥ ପାଇଁ କାମ କରିଆସୁଛି ଓ ଭାଷାସାହିତ୍ୟର ଉନ୍ନତି ପାଇଁ ଭବିଷ୍ୟତରେ ଅନେକ ନୂତନ ପଦକ୍ଷେପ ନେବାର ଲକ୍ଷ୍ଯ ରଖିଛି।

Leave A Reply

Your email address will not be published.