Latest Odisha News

୮ ବଲ୍, ୨୮ ରନ୍; ବିରାଟ କୋହଲିଙ୍କ ଛକା ଜିଣିଲା ICC ମନ

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଇଂଲଣ୍ଡ ଠାରୁ ସେମି ଫାଇନାଲରେ ଭାରତ ହାରିବା ସହ ୧୫ ବର୍ଷ ପରେ ବିଶ୍ୱକପ୍ ବିଜୟ ଆଶା ଆଶାରେ ରହି ଯାଇଛି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯାହା ଭିତରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଅନ୍ୟତମ ।

ଫର୍ମରେ ନ ଥିବା କୋହଲି ପ୍ରଥମେ ଏସିଆ କପ୍ ଓ ପରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛନ୍ତି । ଯଦିଓ ଭାରତ ଫାଇନାଲକୁ ଯାଇ ପାରିନି ତଥାପି ପୂରା ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ସର୍ବାଧିକ ସ୍କୋର୍ କରିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପରେ ବିରାଟଙ୍କ ଚମତ୍କାର ପାଳି ଭିତରୁ ମନେ ରଖିଲା ଭଳି ଇନିଂସ ହେଉଛି ପାକିସ୍ତାନ ବିପକ୍ଷରେ ୮୨ ରନ୍ ।

ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା । ଆଉ ଉକ୍ତ ମ୍ୟାଚରେ ଦଳ ପାଇଁ ସଂକଟ ମୋଚକ ସାଜିଥିଲେ ବିରାଟ କୋହଲି । ମ୍ୟାଚ୍ ଭାରତୀୟ ଟିମର ହାତରୁ ଖସୁଥିବା ଭଳି ଲାଗୁଥିଲା । ସେହି ସମୟରେ ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ ପୂରଣ କରି ଭାରତୀୟ ଦଳକୁ ବିଜୟୀ କରାଇଥିଲେ ବିରାଟ କୋହଲି ।

 

View this post on Instagram

 

A post shared by ICC (@icc)

୧୯ ଓଭରରେ ହାରିସଙ୍କ ୨ ବଲରେ ୨ଟି ଛକା ମାରି ବିରାଟ କୋହଲି ମ୍ୟାଚକୁ ବଦଳାଇ ଦେଇଥିଲେ । ଯାହା ପରେ ଶେଷ ଓଭର ବି ବେଶ୍ ଚିତ୍ତାକର୍ଷକ ଥିଲା । ଆଉ ବିରାଟଙ୍କ ଏହି ଛକାକୁ ଆଇସିସି ଗ୍ରେଟେଷ୍ଟ ଟି-ଟ୍ୱେଣ୍ଟି ସଟ୍ ଅଲଟାଇମ୍ ଆଖ୍ୟା ଦେଇଛି ।

ଆଇସିସି ଲେଖିଛି, ସେତେବେଳେ ଭାରତ ସମ୍ପୂର୍ଣ୍ଣ ଚିନ୍ତାରେ ଥିଲା । ଲାଗୁଥିଲା ବିଳମ୍ବ ହୋଇ ଯାଇଛି । ମାତ୍ର ୮ଟି ବଲରେ ୨୮ ରନର ଆବଶ୍ୟକତା ଥିଲା । ହାରିସ୍ ଭଲ ବୋଲିଂ କରୁଥିଲେ । ହାରିସଙ୍କ ଚତୁର୍ଥ ଓଭରର ଶେଷ ୨ଟି ବଲ୍ ବାକି ଥିଲା । ଆଉ ଏହି ସମୟରେ ବିରାଟଙ୍କ ଛକା ଭାରତୀୟ ଦଳକୁ ବିଜୟୀ କରାଇଥିଲା ।

Leave A Reply

Your email address will not be published.