Latest Odisha News

BREAKING NEWS

ପାସ୍ ନଥିଲେ ଓଡ଼ିଶା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିନା ପାସ୍‌ରେ ଓଡ଼ିଶା ଆସି ପାରିବେ ନାହିଁ ପ୍ରବାସୀ ଓଡ଼ିଆ । ବାହାରୁ ଆସୁଥିବା ବସ୍ ପାଇଁ ପାସ୍ ବାଧ୍ୟତାମୂଳକ । ବିନା ପାସ୍‌ରେ ବସ୍ ଆସିଲେ ଓଡ଼ିଶା ସୀମା ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସେ କହିଛନ୍ତି, ବସ୍‌ରେ ଭିଡ ଥିଲେ ଓଡ଼ିଶା ଆସିପାରିବେ ନାହିଁ । ଏପରିକି ସରକାର ଜାରି କରିଥିବା ରୁଟ ବଦଳରେ ଅନ୍ୟ ରୁଟ ଦେଇ ଗାଡି ପଶିଲେ ତାକୁ ସିଜ୍ କରାଯିବ ବୋଲି ସରକାର କହିଛନ୍ତି ।

କିଛି କମ୍ ସଂଖ୍ୟକ ଲୋକଙ୍କ ପାଇଁ ଓଡିଶାର ସମସ୍ତ ଜନସାଧାରଣଙ୍କୁ ବିପଦରେ ପକାଇ ଦିଆଯାଇପାରିବ ନାହିଁ । ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମୁଖ୍ୟଶାସନ ସଚିବ ଅନୁରୋଧ କରିଛନ୍ତି ।

ଓଡ଼ିଶା ଆସିବାକୁ ଥିବା ପ୍ରବାସୀ ନିଜ ନାଁ ରେଜିଷ୍ଟର କରନ୍ତୁ ଏବଂ ସରକାରଙ୍କ କ୍ୱାରେଂଟିନ ନିୟମ ପାଳନ କରନ୍ତୁ ବୋଲି ସେ କହିଛନ୍ତି । ଏଥିସହ ଜିଳ୍ଲାପାଳ କ୍ଷମତା ଦିଆଯାଇଥିବା ସରପଂଚ ସଙ୍ଗରୋଧ କେନ୍ଦ୍ରରେ ହେଉଥିବା ବିଶୃଙ୍ଖଳାର ତଦାରଖ କରନ୍ତୁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.