Latest Odisha News

ୱାଇଭସ ଅଫ ବଲିଉଡ: ଉଜାଗର କରିବ ଷ୍ଟାର ପତ୍ନୀଙ୍କ ଗ୍ଲାମରସ ଦୁନିଆ

ମୁମ୍ବାଇ: ରାଷ୍ଟ୍ରୀୟ ପୁରସ୍କାର ବିଜେତା ଓ ପଦ୍ମଶ୍ରୀ ସମ୍ମାନ ପାଇଥିବା ମଧୂର ଭଣ୍ଡାରକର ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ସମାଜର କାଠୋର ସତ୍ୟତାକୁ ସେ ଫିଲ୍ମ ମାଧ୍ୟମରେ ସମ୍ମୁଖକୁ ଆଣିଥାନ୍ତି । ଚାନ୍ଦନୀ ବାର, ପେଜ ଥ୍ରୀ, ଟ୍ର‌୍ୟାଫିକ ସିଗ୍ନଲ, ହରୋଇନ ଓ ଇଣ୍ଡିଆ ଲକଡାଉନ ଏହାର ଜ୍ୱଳନ୍ତ ଉଦାହରଣ । ମଧୂର ତାଙ୍କ ନୂତନ ଫିଲ୍ମର ନାମ ୱାଇଭସ ଅଫ ବଲିcଉଡ ରଖିଛନ୍ତି । ଷ୍ଟାର ପତ୍ନୀଙ୍କ ଗ୍ଲାମରସ ଜୀବନର ରହସ୍ୟ ସେ ଫିଲ୍ମ ମାଧ୍ୟମରେ ଉଜାଗର କରିବେ ।

ଏଥିରେ ସଫଳତା ହାସଲ ପାଇଁ କିଏ କେତେ ତଳକୁ ଯାଇପାରିବ ତାହା ଏଥିରେ ଦର୍ଶାଯିବ । ଇଣ୍ଡିଆ ଲକଡାଉନର ସଫଳତା ପରେ ଆମେ ପୂନର୍ବାର ଏକତ୍ର ଆଉ ଏକ ଫିଲ୍ମ କରିବାକୁ ଯାଉଛୁ ବୋଲି ନିର୍ମାତା ପ୍ରଣବ ଜୈନ କହିଛନ୍ତି । ଭଣ୍ଡାରକର ଏଂଟରଟେନମେଂଟ ଓ ପିଜେ ମୋଶନ ପିକଚର୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆସନ୍ତା ବର୍ଷ ଆରମ୍ଭରେ ଫ୍ଲୋରକୁ ଯିବ ।

Leave A Reply

Your email address will not be published.