Latest Odisha News

BREAKING NEWS

କୂଅ ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତ ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ସୀମା ଅନ୍ତର୍ଗତ ଗୋଡିପଡା ଗ୍ରାମରେ ଥିବା ଏକ କୂଅ ଭିତରୁ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତଦେହ ମିଳିଛି। ମୃତ ମହିଳାଙ୍କ ନାମ ଭର୍ସା ଶ୍ରୀଚନ୍ଦନ ଏବଂ ତାଙ୍କର ୭ ବର୍ଷର ପୁଅ ଲକି ବୋଲି ଜଣାପଡିଛି।

ସୂଚନାନୁସାରେ, ମାଆ ପୁଅଙ୍କ ମୃତଦେହ କୂଅରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଥିଲେ।

ଗ୍ରାମବାସୀଙ୍କ କହିବାନୁସାରେ, ମୃତ ମହିଳାଙ୍କ ସ୍ୱାମୀ ମନୋଜ ଶ୍ରୀଚନ୍ଦନ ନିୟମିତ ମଦ ପିଇ ତାଙ୍କ ଉପରର ଅତ୍ୟାଚାର କରୁଥିଲେ। ତେବେ ମନୋଜ ହୁଏତ ତାଙ୍କ ପତ୍ନୀ ଏବଂ ପୁଅକୁ ହତ୍ୟା କରି ମୃତଦେହକୁ କୂଅରେ ପକାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ମୃତଦେହ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Comments are closed.