Latest Odisha News

BREAKING NEWS

ଅଭିନନ୍ଦନଙ୍କୁ ମୁକ୍ତି ନଦେଲେ ରାତି ୯ଟା ସୁଦ୍ଧା ହମଲା କରିବ ଭାରତ, ଛାନିଆ ହୋଇ ଛାଡିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ୨୦୧୯ ମାର୍ଚ୍ଚରେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଅଟକ ରଖିଥିଲା । ଚାପରେ ଚାପି ହୋଇ ଛାଡ଼ିଥିଲା । ତାଙ୍କୁ କେମିତି ଓ କେଉଁ ପରିସ୍ଥିତିରେ ସୁରକ୍ଷିତ ଭାବରେ ମୁକ୍ତି କରିଥିଲା ପାକିସ୍ତାନ ? ଏନେଇ ଖୁଲ୍ଲାସା କରିଛନ୍ତି ଇମ୍ରାନ ଖାନଙ୍କ ପାର୍ଟିର ଜଣେ ସାଂସଦ । ସେ କହିଛନ୍ତି, ଅଭିନନ୍ଦନଙ୍କୁ ମୁକ୍ତି ଦେଇ ନଥିଲେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ତୟାର ଥିଲା ଭାରତ ।
ପିଏମଏଲଏନ୍ ସାଂସଦ ଅୟାଜ ସାଦ୍ଦିକ କହିଛନ୍ତି, ସେତେବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏସ୍. ଏମ. କ୍ୟୁରେସୀ ବିରୋଧୀ ଦଳ ପିପିପି, ପିଏମଏଲଏନ୍ ଏବଂ ସେନା ମୁଖ୍ୟ ଜେନେରାଲ୍ କମର ଜାଭେଦ ବଜଓ୍ୱାଙ୍କ ସମେତ ସଂସଦୀୟ ନେତାଙ୍କ ସହ ବୈଠକରେ ଅଭିନନ୍ଦନଙ୍କୁ ମୁକ୍ତି କରିବା ପାଇଁ କହିଥିଲେ ।

ବୈଠକରେ ଏସ. ଏମ୍. କ୍ୟୁରେସୀ କହିଥିଲେ ଯେ, ଅଭିନନ୍ଦନଙ୍କୁ ନଛାଡିଲେ ଆଜି ରାତି ୯ଟା ସୁଦ୍ଧା ପାକିସ୍ତାନ ଉପରେ ହମଲା କରିପାରେ ଭାରତ । ସେଦିନ ସେହି ବୈଠକରେ ଯୋଗ ଦେବାକୁ ମନା କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

ଏହାସହ ସାଂସଦ ଅୟାଜ ସାଦ୍ଦିକ କହିଛନ୍ତି, ବୈଠକରେ କ୍ୟୁରେସୀଙ୍କ ଗୋଡ଼ ଥରୁଥିଲା । ଦେହ ମୁଣ୍ଡରୁ ବାହାରୁଥିଲା ଝାଳ । ବୈଠକରେ ମହମ୍ମଦ କ୍ୟୁରେସୀ କହିଥିଲ, ତାଙ୍କୁ (ଅଭିନନନ୍ଦନ) ଫେରାଇ ଦିଆଯାଉ । ନହେଲେ ରାତି ୯ଟା ସୁଦ୍ଧା ପାକିସ୍ତାନ ଉପରେ ଆକ୍ରମଣ କରିବ ହିନ୍ଦୁସ୍ତାନ ।

୨୦୧୯ରେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣ ପାଇଁ ପଠାଇଥିଲା ଫାଇଟର ଜେଟ୍ ଏଫ୍-୧୬ । ଯାହାକୁ ମିଗ-୨୧ରେ ପିଛା କରି ମାରି ଖସାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଏତିକିବେଳେ ସେ ନିୟନ୍ତ୍ରଣ ରେଖା ପାର କରି ଯାଇଥିଲେ । ତାଙ୍କୁ କାବୁ କରିଥିଲା ପାକିସ୍ତାନ ସେନା ।

Leave A Reply

Your email address will not be published.