Latest Odisha News

BREAKING NEWS

ହାର୍ଦ୍ଦିକ, ମୁନାଫଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା !

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଏବଂ ରାଜୀବ ଶୁକ୍ଲାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଦାଉଦ ଇବ୍ରାହିମଙ୍କ ନିକଟତମ ରିୟାଜ ଭଟ୍ଟଙ୍କ ସ୍ତ୍ରୀ ରେହନୁମା ଏମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ରିୟାଜ ସେକ୍ସ ରାକେଟ ଚଳାଉଥିଲେ । ବ୍ୟବସାୟିକ ସ୍ୱାର୍ଥ ପାଇଁ ତାଙ୍କର ବିଭିନ୍ନ ସହଯୋଗୀଙ୍କ ସହ ଖରାପ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରୁଥିଲେ ବୋଲି ରେହନୁମା କହିଛନ୍ତି । ଟ୍ରାଇଡେଂଟ ହୋଟେଲରେ ହାର୍ଦ୍ଦିକ, ମୁନାଫ ଏବଂ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ରାଜୀବ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଏ ନେଇ ସେପ୍ଟେମ୍ବରରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ସେ ଏବେ ରିୟାଜଙ୍କଠାରୁ ଅଲଗା ରହୁଛନ୍ତି । ୨୦୧୯ରେ ତାଙ୍କୁ ଅପହରଣ କରାଯାଇଥିଲା ବୋଲି ମଧ୍ୟ ସେ କହିଛନ୍ତି । ଏହି ଘଟଣାର ତଦନ୍ତ ନେଇ ବିଭିନ୍ନ ମହଲରୁ ଚାପ ପଡିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.