Latest Odisha News

BREAKING NEWS

ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ଗାଡିକୁ ଅଣ୍ଡାମାଡ

ବରଗଡ଼: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ବିଧାୟିକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ଗବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜେପୁର ଯିବାବେଳେ ସ୍ନେହାଙ୍ଗିନୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ସେହିଭଳି ପଦ୍ମପୁରରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ବି ଅଣ୍ଡାମାଡ଼ କରାଯାଇଛି । ପାଇକମାଳ ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ ହୋଇଥିବା ସୂଚନା ରହିଛି । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ଏହି ଅଣ୍ଡାମାଡ଼ ହୋଇଛି ।

ଆଜି ବରଗଡ଼ରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରୁଛନ୍ତି ବିରୋଧୀ । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ଓ କଂଗ୍ରେସ ନେତା ତଥା କର୍ମୀଙ୍କୁ ପୋଲିସ ଆଗୁଆ ଗିରଫ କରିଛି । ପଦ୍ମପୁର ଏୟାରଷ୍ଟ୍ରିପ୍ ସତୀଭଟା ଛକରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକଙ୍କ ସମେତ ଶତାଧିକ କର୍ମୀଙ୍କୁ ଗିରଫ କରିଛି ପୋଲିସ ।
Leave A Reply

Your email address will not be published.