Latest Odisha News

ଏମିତି ପୁଅ କାହାକୁ ନମିଳୁ, ନିଜ ମାଆକୁ ଇଟାରେ ଛେଚି ମାରିଦେଲା

କେନ୍ଦୁଝର: ମାଆକୁ ମାରି ଦେଲା ପୁଅ । ଯେଉଁ ପୁଅ ବୃଦ୍ଧାବସ୍ଥାରେ ଆଶାର ବାଡ଼ି ହେବ ବୋଲି ଭାବିଥିଲା, ସେଇ ପୁଅ ସାଜିଲା ସୈତାନ । ନିଜ ମାଆକୁ ଇଟାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୨ ନମ୍ବର ୱାର୍ଡ଼ରେ ଏଭଳି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା ଘଟିଛି । ମୃତକ ହେଲେ ୫୫ବର୍ଷୀୟ ସୋମବାରୀ ମୁଣ୍ଡା । ହତ୍ୟାକାରୀ ପୁଅ କିଶୋର ମୁଣ୍ଡାକୁ ସ୍ଥାନୀୟ ଲୋକ ବାନ୍ଧି ପୋଲିସ ଜିମା ଦେଇଛନ୍ତି ।

ଘଟଣାସ୍ଥଳରେ ବଡ଼ବିଲ ଥାନା ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଖୋଳତାଡ ଜାରି ରଖିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହରୁ ମାଆକୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କୁହାଯାଉଛି ୨୦୧୨ ମସିହାରେ ସମାନ ଢଙ୍ଗରେ ନିଜ ବାପାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ କିଶୋର ମୁଣ୍ଡା ।

Leave A Reply

Your email address will not be published.