Latest Odisha News

ମହାରାଷ୍ଟ୍ରରେ ମହିଳାଙ୍କୁ ଗୋଟିଏ ଦିନରେ ୩ କରୋନା ଟିକା!

ଥାନେ: ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ମାତ୍ର କେଇମିନିଟ ମଧ୍ୟରେ କରୋନା ଟିକାର ୩ଟି ଡୋଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସମ୍ପୃକ୍ତ ୨୮ ବର୍ଷୀୟା ମହିଳାଜଣକ ଏକ ସରକାରୀ ଟିକାକେନ୍ଦ୍ରକୁ ଟିକା ନେବାକୁ ଆସିଥିଲେ। ଟିକା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରଥମ ଥର ଟିକା ନେବା ପରେ ତାଙ୍କୁ ସେଠାରୁ ହଟିବା ପାଇଁ କେହି କହି ନ ଥିଲେ। ତେଣୁ ସେ ସେଠାରେ ଠିଆ ହୋଇଥିଲେ। ଭିଡ଼ ଭିତରେ ଟିକା ଦେଉଥିବା  କର୍ମଚାରୀ ଜଣକ ଗୋଟିଏ ପରେ ଗୋଟିଏ ୩ଟି ଟିକା ଦେଇଦେଇଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ଥାନେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଉଛି। ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ୩ଟି ଟିକା ଦେବା ଘଟଣାକୁ  ନଗର ନିଗମ ପକ୍ଷରୁ ଅସ୍ଵୀକାର କରାଯାଇଛି। ମହିଳାଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ତାଙ୍କର କିଛି ଗୁରୁତର ଲକ୍ଷଣ ଦେଖାଦେଇନି ବୋଲି ସଫେଇ ଦିଆଯାଇଛି। ତେବେ ସେ କେଉଁ ଟିକା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Comments are closed.