Latest Odisha News

BREAKING NEWS

ଲୁଟ ବେଳେ ଦେଖିଦେଲେ ବୋଲି ମାଆ-ପୁଅଙ୍କୁ ଜୀଅନ୍ତା ଜାଳିଦେଲେ

କେନ୍ଦୁଝର: ଅମାନୁଷିକ କାଣ୍ଡ । ବର୍ବରତାର ସୀମା ଟପିଗଲେ ଲୁଟେରା । ଚୋରି କରିବାକୁ ଆସିବା ଲୁଟେରା ମାଆ ଓ ପୁଅଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ କାଳିଗାଁରେ ।

ଘଟଣାସ୍ଥଳରୁ ଦୁଇ ଜଣଙ୍କର ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ମାଆ ଜଞ୍ଜଳି ଜେନା ଓ ତାଙ୍କ ପୁଅ ବନମାଳୀ ଜେନା । ଘରଦ୍ୱାର ନଥିବାରୁ ମାଆ-ପୁଅ ଗାଁର ପରିତ୍ୟକ୍ତ ଅଙ୍ଗନବାଡି କେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଥିଲେ ।

ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ସେମାନେ ରହୁଥିବା ଘର ନିକଟସ୍ଥ ଦୋକାନ ଘରୁ ଲୁଟପାଟ କରିଥିଲେ । ଏହାକୁ ଅଞ୍ଜଳି ଓ ବନମାଳୀ ଦେଖି ଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ଦୁର୍ବୃତ୍ତମାନେ ସେମାନେ ରହୁଥିବା ଘରକୁ ବାହାରପଟୁ ତାଲା ଦେଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.