Latest Odisha News

BREAKING NEWS

ନିଶା ସ୍ପ୍ରେ କରି ଘରେ କଳାକନା ବୁଲାଇଲେ ଲୁଟେରା

ଅନୁଗୋଳ: ଘର ମାଲିକ ନ ଥିବାବେଳେ ବଡ଼ ଧରଣର ଡକାୟତି । ନିଶା ସ୍ପ୍ରେ କରି ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଧରି ଚମ୍ପଟ ମାରିଲେ ଲୁଟେରା । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ । ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଓ ୫୦ ଭଳି ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ନାଲକୋ ପ୍ଲାଣ୍ଟରେ କାର୍ଯ୍ୟରତ ଠିକା କର୍ମଚାରୀ ବିକ୍ରମ କେଶରୀ ସାହୁଙ୍କ ଘରୁ ଏହି ଡକାୟତି ହୋଇଛି । ଗତକାଲି ବିକ୍ରମଙ୍କର ନାଇଟ୍ ଡ୍ୟୁଟି ଥିଲା । ଘରେ ସ୍ତ୍ରୀ ପଦ୍ମାବତୀ ଓ ତାଙ୍କ ଭଉଣୀ ଶୋଇଥିଲେ । ରାତିରେ ଚୋର ଘର ପଛ ଝରକା ଭାଙ୍ଗି ଭିତରେ ପଶିଥିଲେ ।
ଦୁଇ ଭଉଣୀ ଶୋଇଥିବା ରୁମକୁ ବାହାରୁ ବନ୍ଦ କରି ଅନ୍ୟ ରୁମରୁ ଆଲମିରା ଭାଙ୍ଗି ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ନେଇଥିଲେ । ଶବ୍ଦ ଶୁଣି ପଦ୍ମାବତୀଙ୍କ ନିଦ ଭାଙ୍ଗି ଯାଇଥିଲା । କବାଟ ଖୋଲି ନପାରିବାରୁ ସାହସ କରି କବାଟକୁ ଭାଙ୍ଗି ଦେଇଥଲେ । ଚାରି ଜଣ ଡକାୟତଙ୍କୁ ଦେଖି ପନିକି ଧରି ଗୋଡ଼ାଇଥିଲେ ପଦ୍ମାବତୀ ଓ ତାଙ୍କ ଭଉଣୀ । ଏତିକିବେଳେ ଚୋରମାନେ ସେମାନଙ୍କ ଉପରକୁ ସ୍ପ୍ରେ ପକାଇ ଚମ୍ପଟ ମାରିଥିଲେ ।

ଚେତା ଫେରିବା ପରେ ପଦ୍ମାବତୀ ପାଖ ପଡ଼ୋଶୀଙ୍କ ଡାକିବା ସହ ସ୍ୱାମୀଙ୍କୁ ଫୋନ୍ କରିଥିଲା । ପୋଲିସରେ ଅଭିଯୋଗ ବି କରିଥିଲେ । ନାଲକୋ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଛି । କିନ୍ତୁ ଲୁଟେରାଙ୍କ ସନ୍ଧାନ ପାଇ ପାରିନି ପୋଲିସ ।

Leave A Reply

Your email address will not be published.