Latest Odisha News

ମହାକୁମ୍ଭରେ ସ୍ବାମୀଙ୍କୁ ଡିଜିଟାଲ୍ ସ୍ନାନ କରାଇଲେ ପତ୍ନୀ, ଦେଖନ୍ତୁ ଭିଡିଓ

ପ୍ରୟାଗରାଜ: ମହାକୁମ୍ଭରେ ଅନ୍ତିମ ସ୍ନାନ ଆଜି ଶେଷ ହେବାକୁ ଯାଉଛି। ଏପରି ସ୍ଥଳେ ଲୋକମାନେ ନିଜ ପରିବାରର ସଦସ୍ୟଙ୍କୁ ସ୍ନାନ କରାଇବା ପାଇଁ ପ୍ରୟାଗରାଜରେ ପହଞ୍ଚି ଯାଉଛନ୍ତି। ସଙ୍ଗମରେ ବୁଡ଼ ପକାଇ ପୁଣ୍ଯ ଅର୍ଜନ କରୁଛନ୍ତି।

ସେହିପରି ଜଣେ ପତ୍ନୀ ମହାକୁମ୍ଭକୁ ସ୍ନାନ କରିବାକୁ ଆସି ତାଙ୍କ ସ୍ୱାମୀଙ୍କୁ ମଧ୍ଯ ଡିଜିଟାଲ ସ୍ନାନ କରାଇ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ସଙ୍ଗମର ପବିତ୍ର ଜଳ ମଝିରେ ଠିଆ ହୋଇଛନ୍ତି। ସେ ହାତରେ ଏକ ମୋବାଇଲ୍ ଫୋନ୍ ଧରିଥିବା ବେଳେ ତାଙ୍କ ସ୍ୱାମୀଙ୍କ ସହ ଭିଡିଓ କଲରେ କଥା ହେଉଛନ୍ତି। ସେ ତାଙ୍କୁ ମଧ୍ଯ ପୁଣ୍ୟରେ ଭାଗିଦାର କରିବାକୁ ଯାଇ ଅନଲାଇନରେ ସ୍ନାନ କରାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ମୋବାଇଲକୁ ଦୁଇରୁ ତିନିଥର ପାଣିରେ ବୁଡ଼େଇ ଦେଇଛନ୍ତି। ଏହାପରେ ସେ ହସୁଥିବା ଦେଖିବାକୁ ମିଳିଛି।

ତେବେ ତାଙ୍କର ଏହି କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି।

 

Comments are closed.