ବ୍ରହ୍ମପୁର: ଗଞ୍ଜାମ ବଟେଶ୍ବର ବେଳାଭୂମିରେ ଲାଗିଛି ୮୦ କେଜିର ଲୌହପିଣ୍ଡ। ସବୁଜ ରଙ୍ଗର ଏହି ଲୁହା ପିଣ୍ଡଟିର ଉଚ୍ଚତା ସାତଫୁଟ ଥିବାବେଳେ ଗୋଲେଇ ଅଢ଼େଇ ଫୁଟ୍ ରହିଛି । ତେବେ ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ନିକଟ ବଟେଶ୍ୱର ସମୁଦ୍ର କୂଳରେ ଏହା ଲାଗିଛି । ଏତେ ବଡ଼ ଲୁହାର ପିଣ୍ଡକୁ ଦେଖି ଲୋକ ଛାନିଆଁ ।
ଖବର ପ୍ରଚାରିତ ହେବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ବନ ବିଭାଗ ଅନୁସାରେ, ଏହା ଜାହାଜରେ ଲାଗୁଥିବା ଏକ ଯନ୍ତ୍ରାଂଶ । ଏବେ ଯନ୍ତ୍ରଟିକୁ ବନ ବିଭାଗ ଓ କୋଷ୍ଟ ଗାର୍ଡ ଜଗିଛି । ସେଥିରେ ଲେଖା ଅଛି ଏଏମ୍ଏସ୍-୬ । ଏହା କୌଣସି କାର୍ଗୋ ଜାହାଜର ଅଂଶ ହୋଇଥାଇପାରେ ।
ନୌସେନା ଅଧିକାରୀ କହିଛନ୍ତି, ଏହି ଯନ୍ତ୍ରଟି ସମୁଦ୍ର ମଧ୍ୟରେ ବିଭିନ୍ନ ଦେଶର ଜଳ ସୀମା ନିର୍ଦ୍ଧାରିତ କରିଥାଏ । କୌଣସି କାରଣବଶତଃ ଏହା ଭାସି ଆସି କୂଳରେ ଲାଗିଛି ।
Comments are closed.